ଏହା ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍, ଏହାକୁ ପିଇଲେ ମିଳିଥାଏ ଏହି ୧୨ଟି ଅଦ୍ଭୁତ ଫାଇଦା

0 789

ଡାଲିମ୍ବ ଜୁସ୍ କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍ କୁହାଯାଏ । କାରଣ ଏହାକୁ ପିଇଲେ ମିଳିଥାଏ ଅଦ୍ଭୁତ ଫାଇଦା । ଆସନ୍ତୁ ଏହି ଜୁସ୍ ପିଇଲେ କେଉଁ ଅଦ୍ଭୁତ ଫାଇଦା ଗୁଡ଼ିକ ମିଳିଥାଏ, ସେବିଷୟରେ ସମ୍ପୁର୍ଣ ରୂପର ଜାଣିବା ।

Pomegranate Juice Recipe, How to make Pomegranate Juice Recipe ...

୧) ଗର୍ଭବତୀ ସ୍ତ୍ରୀଙ୍କ ପାଇଁ ଡାଲିମ୍ବ ଜୁସ୍ କୌଣସି ବରଦାନ ଠାରୁ କମ ନୁହଁ । ଏହାଦ୍ୱାରା ଗର୍ଭରେ ଥିବା ସନ୍ତାନର ସ୍ୱାସ୍ଥ୍ୟ ଭଲ ରହିବା ସହ ପିଲାର ଓଜନ ସମ୍ବନ୍ଧୀୟ ଅସୁବିଧା ହୋଇ ନଥାଏ ।

୨) ଏହି ଜୁସ୍ କୁ ପ୍ରତ୍ୟେକ ଦିନ ପିଇଲେ ଆମ ତ୍ୱଚା ଚମକି ଥାଏ ଓ ଚେହେରାରେ କେବେ ମଧ୍ୟ ଢୀଲାପଣ ହୋଇନଥାଏ ।

୩) ଡାଲିମ୍ବ ଜୁସ୍ ରେ ଭରପୁର ମାତ୍ରାରେ ଫାଇବର୍ ରହିଛି, ଯାହା ଆମ ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିଥାଏ । ଏହାସହ ପେଟ ସମ୍ବନ୍ଧୀୟ ସବୁ ବେମାର ଠିକ୍ ହୋଇଥାଏ ।

୪) ଡାଲିମ୍ବ ଜୁସ୍ ରେ ମିଳୁଥିବା ପୋଷକ ତତ୍ୱ ଆମକୁ କ୍ୟାନ୍ସର ଠାରୁ ବଞ୍ଚାଇ ରଖିଥାଏ । ଏହା ପିଇବା ଯୋଗୁଁ ସ୍ତନ କ୍ୟାନ୍ସର, ପ୍ରୋଷ୍ଟେଡ଼ ଓ ଫୁସଫୁସ୍ ଜନିତ କ୍ୟାନ୍ସର ପାଖକୁ ଆସି ପାରିବ ନାହିଁ ।

୫) ଡାଲିମ୍ବ ଜୁସ୍ ରେ ରହିଥିବା ଭିଟାମିନ-ସି ଓ ଆଣ୍ଟିଅକ୍ସିଡେଣ୍ଟ ଆମ ଶରୀରର ଇମ୍ୟୁନ୍ ସିଷ୍ଟେମକୁ ଶକ୍ତିଶାଳୀ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ତତ୍ୱ ଶରୀରରେ କେବେମଧ୍ୟ କଲେଷ୍ଟ୍ରଲକୁ ବଢିବାକୁ ଦେଇନଥାଏ ।

Blueberry Pomegranate Juice, How to make Blueberry Pomegranate ...

୬) ଡାଲିମ୍ବ ଜୁସ୍ ରେ ଥିବା ଫୋଲିକ୍ ଏସିଡ୍ ଆମକୁ ଉଚ୍ଚ ରକ୍ତଚାପ ଓ ଏନିମିଆ ଠାରୁ ସୁରକ୍ଷିତ ରଖିଥାଏ ।

୭) ଡାଲିମ୍ବର ଜୁସ୍ ଆମ ଶରୀରରେ ରକ୍ତର ସଂଚାଳନକୁ ଠିକ୍ ରୂପେ କାମ କରେଇଥାଏ । ଏହା ହାର୍ଟ ଆଟାକ୍ ଓ ହାର୍ଟ ଷ୍ଟ୍ରୋକ୍ ଠାରୁ ବଞ୍ଚାଇ ଥାଏ ।

୮) ଡାଲିମ୍ବର ଜୁସ୍ ରକ୍ତକୁ ପତଳା କରିବାରେ ସହାୟତ ହୋଇଥାଏ ।

୯) ଏହା ଆମର ଷ୍ଟ୍ରେସର ସ୍ତରକୁ କମେଇଥାଏ । ମନୁଷ୍ୟ ଅଧିକ ଷ୍ଟ୍ରେସରେ ଥିଲାବେଳେ ଡାକ୍ତର ମଧ୍ୟ ଡାଲିମ୍ବ ଜୁସ୍ କୁ ପିଇବାକୁ କହିଥାନ୍ତି ।

୧୦) ଡାଲିମ୍ବର ଜୁସ୍ ମସ୍ତିଷ୍କ ସମ୍ବନ୍ଧୀୟ ବେମାର ଅଲ୍ଜାଇମ୍ସ୍ ମଧ୍ୟ ଆମଠାରୁ ବହୁତ ଦୂରରେ ରହିଥାଏ ।

୧୧) ଡାଲିମ୍ବର ଜୁସ୍ ରେ ଥିବା ଭିଟାମିନ-ସି ଆମ ଦାନ୍ତମାନଙ୍କୁ ସ୍ୱାସ୍ଥ୍ୟ ଓ ସୁସ୍ଥରେ ରଖିଥାଏ ଓ ପାଟିରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯାଏ ।

୧୨) ଡାଲିମ୍ବର ଜୁସ୍ ଆମ ପେଟ ଜନିତ ସମସ୍ତ ପ୍ରକାର ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.