ଟଙ୍କା ବଞ୍ଚାନ୍ତୁ ,ଫିଟ ରୁହନ୍ତୁ : ପ୍ରୋଟିନ୍‌ ପାଉଡ଼ର ଘରେ ପ୍ରସ୍ତୁତ କରନ୍ତୁ

0 1,113

ବର୍ତ୍ତମାନ ଫିଟ ଏବଂ ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ ପାଉଡ଼ର ଖାଇବାର ଫ୍ୟାସନ ଚାଲିଛି । ପ୍ରୋଟିନ ପାଉଡ଼ର ଯେତେ ଭଲ ସେତିିକି ଟଙ୍କା ମଧ୍ୟ । ତେବେ ସଧାରଣତଃ ଇଛା ରହିଥିଲେ ମଧ୍ୟ ଅନେକ ବ୍ୟକ୍ତି ଅର୍ଥାଭାବରୁ ପ୍ରୋଟିନ ପାଉଡ଼ର ଖାଇ ପାରିନଥାନ୍ତି । ତେବେ ଆପଣଙ୍କ ପାଇଁ ଆଜି ଆମେ ପ୍ରୋଟିନ ପାଉଡ଼ର ପ୍ରସ୍ତୁତ କରିବାର ଶସ୍ତା ସୁନ୍ଦର ମଜବୁତ ଉପାୟ ଜଣାଇବାକୁ ଯାଉଛୁ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଘରେ ପ୍ରୋଟିନ୍‌ ପାଉଡ଼ର ।

Workout basic: Should you mix your protein powder with milk or ...

ପ୍ରଥମେ ୧୦୦ ଗ୍ରାମ୍ ଆଲମଣ୍ଡ, ୧୦୦ ଗ୍ରାମ୍ ସୋୟାବିନ୍ , ୧୦୦ ଗ୍ରାମ୍ ଚିନାବାଦାମ ଏବଂ ୧୦୦ ଗ୍ରାମ୍ ମିଲ୍କ ପାଉଡର (ଅମୁଲ) ନେଇଯାଆନ୍ତୁ ।ସବୁ ସାମଗ୍ରୀକୁ ଭଲ ଭାବରେ ଗ୍ରାଇଣ୍ଡ କରନ୍ତୁ ଏବଂ ମନେରଖନ୍ତୁ ସବୁ ଯେପରି ସମାନ ପରିମାଣ ରହିବ । ଆପଣ ଯଦି ଏଥିରେ ଚକଲେଟ୍ ଫ୍ଲେବର ଦେବାକୁ ଚାହାନ୍ତି ତେବେ ଅମୁଲକୁ ହଟାଇ ଚକଲେଟ୍ ପାଉଡରକୁ ନେଇପାରିବେ ।

ତେବେ ପ୍ରୋଟିନ ପଉଡ଼ରକୁ ଆପଣ ଯେତେବେଳେ ଚାହିଁଲେ ସେତେବେଳେ ଖାଇ ପାରିବେ ନାହିଁ। ଏହାକୁ ସେବନ କିଛି ନିର୍ଦ୍ଦିଷ୍ଟ ସମୟ ରହିଛି । ଆସନ୍ତୁ ଏହାକୁ ଖାଇବା ପ୍ରଣାଳୀ ଏବଂ ସମୟ ବିଷୟରେ ଜାଣିବା । ସକାଳେ ଏବଂ ସନ୍ଧ୍ୟାରେ ଗରମ କ୍ଷୀର ସହ ଏହି ପାଉଡରକୁ ଗୋଳାଇ ପିଅନ୍ତୁ । ଆପଣ ଚାହିଁଲେ ଏହି ଡ୍ରିଙ୍କରେ ମହୁ ମଧ୍ୟ ଗୋଳାଇ ପିଇପାରିବେ ।ପ୍ରତିଦିନ ଜିମ୍ ଯାଉଥିବା ବ୍ୟକ୍ତି ଏହି ଡ୍ରିଙ୍କକୁ ଦିନରେ ୫ ରୁ ୬ ଥର ପିଅନ୍ତୁ ।

Protein Shake with Milk vs. Water

କେବଳ ବଡ ଲୋକ ନୁହଁ ଏହି ଡ୍ରିଙ୍କକୁ ଛୋଟପିଲାଠୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ ପିଇବାକୁ ଦିଅନ୍ତୁ । ଛୋଟପିଲାଙ୍କୁ ୩ ରୁ ୪ ଚାମଚ ଏବଂ ବୟସ୍କଙ୍କୁ ୪ ରୁ ୫ ଚାମଚ ପାଉଡର କ୍ଷୀରରେ ଗୋଳାଇ ପିଇବାକୁ ଦିଅନ୍ତୁ । ଏହି ଡ୍ରିଙ୍କ୍ ପିଇବାଦ୍ୱାରା ହାଡ ଏବଂ ମାଂସପେଶୀ ମଜବୁତ ରହିଥାଏ । ଗର୍ଭବତୀ ମହିଳାମାନେ ମଧ୍ୟ ୪ ରୁ ୫ ଚାମଚ ପ୍ରୋଟିନ୍ ପାଉଡର ଡ୍ରିଙ୍କ୍ ସେବନ କରିବା ଆବଶ୍ୟକ ।

Leave A Reply

Your email address will not be published.