ଆପଣ ମଧ୍ୟ କରିପାରିବେ ସୋସିଆଲ ମିଡ଼ିଆ ଦ୍ୱାରା ରୋଜଗାର

0 901

ସୋସିଆଲ ମିଡ଼ିଆ ବର୍ତ୍ତମାନ ଖାଲି entairtainmentର ସ୍ରୋତ ହୋଇ ରହିନାହିଁ , ଏହା ରୋଜଗାରର ଏକ ମାଧ୍ୟମରେ ପରିବର୍ତ୍ତନ ହୋଇଛି। ଏପରି କି internate ଦ୍ୱାରା କିଛି ସାଧାରଣ ଲୋକ ଅଛନ୍ତି ଯେଉଁମାନେ ଏବେ celebrety ପାଲିଟିଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ଦିନ ଏକରୁ ଅଧିକ ନୂଆ ଭିଡ଼ିଓ ବ୍ଲଗର ଜନ୍ମ ହେଉଛନ୍ତି । ଏମିତି ନୁହେଁ କି କେବଳ ଭିଡ଼ିଓ ଦ୍ୱାରା ହିଁ internate ରୁ ରୋଜଗାର କରାଯାଇପାରିବ ବରଂ instagram ରେ ଫଟୋ ପୋଷ୍ଟ କରିମଧ୍ୟ ଆପଣ ରୋଜଗାର କରିପାରିବେ । ଏହା କେବଳ ଜଣେ କଳାକାର କିମ୍ବା ବିଶିଷ୍ଠ ବ୍ୟକ୍ତି କରିବେ ତାହା ନୁହଁ ବରଂ ସାଧାରଣ ଜନତା ମଧ୍ୟ ନିଜ ଫଟୋ ପୋଷ୍ଟ କରି ରୋଜଗାର କରିପାରିବେ । ଏଥିପାଇଁ କେବଳ ଆପଣଙ୍କର ଭଲ ଫଲୋୟସ ଥିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା INSTAGRAM ରେ ରୋଜଗାର କରିବାର ଗଣିତ ।

ସୋସିଆଲ ମିଡ଼ିଆରେ ରୋଜଗାର କରିବାର ଏକ ବୃହତ ଜରୀଆ brands ରହିଥାଏ । ଆପଣଙ୍କ ପୋଷ୍ଟ ଦ୍ୱାରା ସେମାନେ ତାଙ୍କ productର ବିଜ୍ଞାପନ କରିଥାନ୍ତି । ଏଥିରେ ଆପଣ ଫିଟନେସ ଟ୍ରେନର, କଳାକାର , ଫ୍ୟାସନ ଏବଂ ଟେବଲ ବ୍ଲଗର ଭାବେ ସମସ୍ତ brands ର ବିଜ୍ଞାପନ କରିପାରିବେ । ପୋଷ୍ଟରେ brandsର ନାମ ବ୍ୟବହାର କରାଯିବା ସହ ନିଜର ଅନୁଭବ ବ୍ୟକ୍ତ କରିପାରିବେ । ଏହି ପୋଷ୍ଟକୁ ରିପୋଷ୍ଟ କରି ମଧ୍ୟ ଆପଣ ରୋଜଗାର କରିପାରିବେ । ସୋସିଆଲ୍‌ ମିଡ଼ିଆ ସମସ୍ତ ସ୍ଥାନରେ ରୋଜଗାର CPM ଅନୁସାରେ ହୋଇଥାଏ। CPM ଅର୍ଥାତ COST PER MILLE ହୋଇଥାଏ। ଏହା ଅର୍ଥାତ ଆପଣଙ୍କ ପୋଷ୍ଟକୁ ଲାଇକ୍‌ ଏବଂ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଆପଣଙ୍କ ଫଲୋୟର୍ସ ହିସାବରେ ହୋଇଥାଏ। ଉଦାହରଣ ସ୍ୱରୁପ , Instagram ରେ ୨୦୦୦ ରୁ ୯୦୦୦ ପର୍ଯ୍ୟନ୍ତ ଫଲୋୟର୍ସ ରହିଥିଲେ ଆପଣ ୪୦୦୦ ରୁ ୧୬୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ସମସ୍ତ ଦେଶର CPM ବ୍ରାଣ୍ଡ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ । ଏହି ଭଳି ଫଲୋୟର୍ସ ସହ ସମସ୍ତଙ୍କ ରୋଜଗାର ଭିନ୍ନ ଭିନ୍ନ ହୋଇଥାଏ।

ସାଧାରଣ ଲୋକଙ୍କ ଅପେକ୍ଷା Celebrityଙ୍କ ରୋଜଗାର ସୋସିଆଲ ମିଡ଼ିଆ ଦ୍ୱାରା ତିନି ଗୁଣା ଅଧିକ ହୋଇଥାଏ । ଏହା ବିଷୟରେ ଜାଣିବା ପରେ ଆପଣଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ ରୋଜଗାର କରିବା ପାଇଁ ଇଛା ହେଉଥିବ । ତାହାଲେ ଆଉ ଅପେକ୍ଷା କାହାର ନିଜର ଫୋଲୟର୍ସ ବଢ଼ାନ୍ତୁ ଏବଂ ଘରେ ବସି ରୋଜଗାର କରନ୍ତୁ ।

Leave A Reply

Your email address will not be published.