TPSODL inaugurates sixth Customer Relation Centre in AskaTPSODL inaugurates sixth Customer Relation Centre in Aska

ଆସିକା,୨୧/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଟାଟା ପାୱାର ଓ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ବିଦ୍ୟୁତ ଗ୍ରାହକଙ୍କୁ ହାତପାଆନ୍ତାରେ ଉପଲବ୍ଧ ସେବା ଓ ସୁବିଧା ପାଇଁ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି) ଆଜି ଉଦଘାଟିତ ହୋଇଛି । ଆସିକା ତାଲୁକା ରୋଡ ସ୍ଥିତ ବିଦ୍ୟୁତ ବିଭାଗ ଡିଭିଜନ-୧ ଠାରେ ଅଲ ଓଡିଶା ଟାଟା ପାୱାରା ସଭାପତି ସଞ୍ଜୟ ବାଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି) କେନ୍ଦ୍ରକୁ ଉଦଘାଟନ କରିଥିିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇ.ଅମିତ ଗର୍ଗ, ମାନବ ସମ୍ବଳ ମୁଖ୍ୟ ପରିଚାଳକ ସୁବିର ବର୍ମା, ସାର୍କଲ ଇନଚାର୍ଜ ସୁପିରିଟେଣ୍ଡଟଂ ଇ.ପ୍ରିୟଦର୍ଶୀ ବେହେରା, ଆସିକା ବିୁଦ୍ୟତ ବିଭାଗ ଡିଭିଜନ- ୧ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ କୁମାର ସୁଆର, ଆସିକା ବିଦ୍ୟୁତ ବିଭାଗ ଡିଭିଜନ -୨ ଇ.ଗଙ୍ଗା ଗୈାରୀ ପ୍ରସାଦ ପଟ୍ଟନାୟକ, ଆସିକା ବିଦ୍ୟୁତ ବିଭାଗ ଏସଡିଓ ଇ.ଆଦିତ୍ୟ ଦାଶ, ଚିନିଶିଳ୍ପ ନୂଆଗାଁ ବିଦ୍ୟୁତ ବିଭାଗ ଏସଡିଓ ଜିତେନ୍ଦ୍ର ସିଂ, ବିଦ୍ୟୁତ ବିଭାଗ ଆସିକା ସେକ୍ସନ ରାକେଶ କୁମାର ପାତ୍ର, ଆସିକା ବିଦ୍ୟୁତ ବିଭାଗ କୋଷାଧ୍ୟକ୍ଷ ସୈାମ୍ୟ ରଞ୍ଜନ ବରାଡ ପ୍ରମୁଖ ଯୋଗ ଦେଇଥିଲେ ।

ଏଠାରେ ବିଦ୍ୟୁତ ଗ୍ରାହକଙ୍କୁ ବିଦ୍ୟୁତ ସେବା ଓ ସରବରାହ ସମ୍ପର୍କୀତ କାର୍ଯ୍ୟ ପାଇଁ ଗ୍ରାହକ ସମ୍ପର୍କ କେନ୍ଦ୍ର ଖୋଲାଯାଇଛି । ଏହି ଗ୍ରାହକ ସମ୍ପର୍କ କେନ୍ଦ୍ର ଠାରେ ସର୍ବସାଧାରଣ ଛୁଟି ବ୍ୟତୀତ ସକାଳ ୮ ଘଟଂ ଠାରୁ ସଂଧ୍ୟା ୮ଘଟଂ ପର୍ଯ୍ୟନ୍ତ ଖୋଲା ରହିବ । ଏହି କେନ୍ଦ୍ର ଠାରେ ଗ୍ରାହକ ବିଦ୍ୟୁତ ବିଲ ପୈଠ,ନାମ, ଭାର, ବର୍ଗ ପରିବର୍ତନ,ବିଲ ସମ୍ଭନ୍ଧୀୟ ଅଭିଯୋଗ, ମିଟର ସମ୍ଭନ୍ଧୀୟ ଅଭିଯୋଗ,ନୁତନ ସଂଯୋଗ ଅନୁରୋଧ, ସାଧାରଣ ଅନୁସନ୍ଧାନ,ଦେୟ ସମ୍ଭନ୍ଧୀୟ ଅଭିଯୋଗ,ଅନୁରୋଧ ଓ ଅଭିଯୋଗ ସ୍ଥିତି ସମ୍ଭନ୍ଧୀୟ ସେବା ଓ ସୁବିଧା ପାଇପାରିବେ ।

ବିଦ୍ୟୁତ ଗ୍ରାହକ ନୁତନ ସଂଯୋଗ ପାଇଁ ପଞ୍ଜିକରଣ ଓ ଷ୍ଟାଟସ ଟ୍ରାକିଂ, ବିଜୁଳି ବିଲ ପୈଠ, ଅଭିଯୋଗ ପଞ୍ଜିକରଣ, ଅନଲାଇନ ଜରିଆରେ ବିଜୁଳ ବିଲ ପୈଠ ସାଙ୍ଗକୁ ରିହାତି ପାଇବା, ନୂତନ ସଂଯୋଗ ପାଇଁ ଟୋଲ ଫ୍ରି ନମ୍ବରରେ ମିସ କଲ, ହ୍ୱାଟସ ଆପ ଜରିଆରେ ମେସେଜ କରି ଯୋଗାଯୋଗ କରିବା, ହ୍ୱାସଟଆପ ଜରିଆରେ ବିଦ୍ୟୁତ ଚୋରି ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ।

ରାଜ୍ୟ ସରକାରଙ୍କ ୱେବସାଇଟ ଓ ପୋର୍ଟଲା ଜରିଆରେ ମୋ ସରକାର, ଜନ ଶୁଣାଣୀ, ସିଏମଓ ଗ୍ରିଏଭାନ୍ସ, ସିପିଜିଆରଏଏମ ଇତ୍ୟାଦି, ମୋ ବିଦ୍ୟୁତ ପ୍ଲାଟଫର୍ମ ରେ ନୂତନ ସଂଯୋଗ ପାଇଁ ପଞ୍ଜିକରଣ ଏବଂ ସ୍ଥିତ ଯାଚଂ ଘରୋଇ ସଂଯୋଗରେ ୫ କିଲୋୱାଟ ପର୍ଯ୍ୟନ୍ତ, ବିଦ୍ୟୁତ ବିଲ ପ୍ରଦାନ ଏବଂ ଅଭିଯୋଗ ପଞ୍ଜିକରଣକୁ ପ୍ରାଧାନତଃ ଦିଆଯାଉଥିବା ସୂଚନା ପ୍ରଦାନ କରିଥିଲେ । ଏହା ସହିତ ଗ୍ରାହକଙ୍କୁ ଏକ ସ୍ୱଚ୍ଚ ଓ ଦୁର୍ନିତୀ ମୁକ୍ତ ସେବା ପ୍ରଦାନ ପାଇଁ ବିଶ୍ୱାସ ସାଙ୍ଗକୁ ପ୍ରତିଶୃତିବଦ୍ଧ ବୋଲି ବିଭାଗୀୟ ଅଧିକାରୀ ମାନେ ସୂଚନା ପ୍ରଦାନ କରିଥିଲେ ।