FARMERS MEET : FISH HOSPITAL AND TRAINING CENTREFARMERS MEET : FISH HOSPITAL AND TRAINING CENTRE

ଆସିକା, ୧୪/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମୀ ପଚାଂୟତ କର୍ପୁର ନୂଆଗାଁ ଠାରେ ବାୟୋଫ୍ଲକ ମାଛ ଚାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଏସ.ଓ.ଡି ଫାରମର ଆସୋସିଏସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ହୋଇଥିବା ବେଳେ ଅଗ୍ରଣୀ ଯୁବ ମାଛ ଚାଷୀ ଭୀମସେନ ଦଳାଇ ଓ କଂଗ୍ରେସ ଦଳାଇ ଏବଂ ବିଜୟ ଦଳାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ପ୍ରଶିକ୍ଷଣ ଶିବିର ହୋଇଥିଲା ।ପୁର୍ବତନ ଜିଲ୍ଲାପରିଷଦ ଗୋରହରି ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମତ୍ସ୍ୟ ବିଭାଗୀୟ ବୈଜ୍ଞାନିକ ଅମ୍ବିକା ପ୍ରସାଦ ନାୟକ, ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିମାଁଇ ଚରଣ ବସ୍ତିଆ, ଆସିକା ସହକାରୀ ମତ୍ସ୍ୟ ଅଧିକାରୀ ଦୁର୍ଗା ମାଧବ ପ୍ରଧାନ, ଆସିକା ଏ.ଆର.ସି.ଏସ ବିଜୟ ସାହୁ, ଧରାକୋଟ ସହକାରୀ ମତ୍ସ୍ୟ ଅଧିକାରୀ ଶିବାନୀ ମହାନ୍ତି, ବୁଗୁଡା ସହକାରୀ ମତ୍ସ୍ୟ ଅଧିକାରୀ ସଂସ୍କୃତି ପଦର, ଏସ.ଓ.ଡି ଫାରମର ଆସୋସିଏସନ ପ୍ରାଇଭେଟ ଲିମିଟେଡ ଏମ.ଡି ଶିବୁ ନାରାୟଣ ପରିଡା, ବ୍ରହ୍ମପୁର ଏସ.ଓ.ଡି ବୈଷୟିକ ଅଧିକାରୀ ପବିତ୍ର କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଶିବିରରେ ଆସିକା ବ୍ଲକ ଓ ଏହାର ଆଖପାଖ ଅଚଂଳର ବହୁ ମାଛ ଚାଷୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାଛ ଚାଷ ପାଇଁ ବଡ ପୋଖରୀ କିମ୍ବା ଏକର ଏକର ଜମି ଆଉ ଆବଶ୍ୟକ ନାହିଁ । ଜଣେ ଚାଷି ଖୁବ କମ ଜାଗାରେ ପ୍ରଚୁର ପରିମାଣର ମାଛ ଉତ୍ପାଦନ କରିପାରିବ । ଯାହାକୁ କୁହାଯାଉଛି ବାୟୋପ୍ଲକ ବା ଜୈବ ପଦ୍ଧତିରେ ଉନ୍ନତ ପ୍ରଣାଳିରେ ମାଛ ଚାଷ ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ ।

ଏହି ଉନ୍ନତି ପ୍ରଣାଳୀ ଜୈବ ପଦ୍ଧତି ମାଛ ଚାଷରେ ମାତ୍ର ତିନିରୁ ସାଢେ ତିନି ମାସରେ ମାଛ ବଡ ହୋଇଥାଏ ଆଉ ବିକ୍ରିବଟା ପାଇଁ ପ୍ରସ୍ତୁତ ପରେ ଲାଭ ଜନକ ସ୍ତିତିରେ ପହଁଚି ଥାଏ । ଭଲ ଉତ୍ପାଦନ ହେଲେ ଲକ୍ଷ ଲକ୍ଷ ଟଙ୍କାର ଲାଭ ମିଳିଥାଏ ବୋଲି ଶିବିରରେ ଚାଷୀଙ୍କୁ ସୁଚନା ପ୍ରଦାନ କରାଯାଇଥିଲା ।

ଏହି ମାଛ ଚାଷ ବେଳେ ପୋଖରୀ କୁଣ୍ଡରେ ଯଦି ରୋଗ ବ୍ୟାପିବା ଯଥେଷ୍ଟ ସମ୍ଭାବନା ରହିଥାଏ । ଏବଂ ପୋଖରୀରେ ଖାଦ୍ୟ ଅଧିକ ଅପବ୍ୟୟ ହୋଇଥାଏ । କୁଣ୍ଡରେ ଏଭଳି ରୋଗ ବ୍ୟାପିଲେ ତୁରନ୍ତ କୁଣ୍ଡର ପାଣି ହ୍ରାସ ପାଇଁ ଇଟଂରନାଲ ପାଇପ ବ୍ୟବସ୍ଥା ରହିଥାଏ । ସେହିଭଳି ମାଛକୁ ଅମ୍ଲଜାନ ପାଇଁ ପମ୍ପିଙ୍ଗ ସିଷ୍ଟମ ବ୍ୟବହାର କରାଯିବାର ବ୍ୟବସ୍ଥା ରହିଛି । ଏହି ପଦ୍ଧତିରେ ଜୀବାଣୁ ମୁକ୍ତ ମାଛ ଉତ୍ପାଦନ ହୋଇପାରିବ । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ ପାଇଁ ମତ୍ସ୍ୟ ବିଭାଗ ଅଧିକାରୀ ମାନେ ପ୍ରଶିକ୍ଷଣ ଶିବିରରେ ସ୍ୱାଗତ କରିଥିଲେ ।

ଜୈବ ପଦ୍ଧତିରେ ଉନ୍ନତି ପ୍ରଣାଳୀ ମାଛ ଚାଷର ଚାହିଦା ବଢିଥିବା ବେଳେ ପ୍ରଥମ ଥର ପାଇଁ ଆସିକାରେ ଏଭଳି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଚାଷୀଙ୍କ ନିକଟତର ହେବା ପାଇଁ ଏହି ଶିବିର ଆୟୋଜିତ ହୋଇଥିବାରୁ ଯୋଗ ଦେଇଥିବା ସମସ୍ତ ଚାଷୀ ଖୁବ ଆନନ୍ଦିତ ହୋଇଥିଲେ ।

You missed