ଲକ୍ ଡାଉନ୍ – ଲୋକଙ୍କ ଗତିବିଧି ଟ୍ରାକ୍ କରୁଛି ଗୁଗୁଲ୍‌

0 880

ଏବେ ପୃଥିବୀ ସାରା ଲୋକଙ୍କ ଗିତିବିଧି ଟ୍ରାକ୍ କରୁଛି ଗୁଗୁଲ୍ । ତଥ୍ୟ ରଖୁଛି ଲକ୍ ଡାଉନ୍ ସମୟରେ କେଉଁ ସ୍ଥାନକୁ ଲୋକମାନେ ଯାଉଛନ୍ତି ଆଉ ଯାଉନାହାଁନ୍ତି । କୋଭିଡ୍‌-୧୯ କବଳରେ ଏବେ ସାରା ପୃଥିବୀର ପ୍ରାୟ ସମସ୍ତ ଦେଶ । ସବୁଆଡ଼େ ଲକ୍ ଡାଉନ୍ , ଅନେକ ସ୍ଥାନରେ ଜରୁରୀକାଳୀନ କର୍ଫ୍ୟୁ । ଲୋକମାନେ କିପରି ଲକ୍ ଡାଉନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବେ ସେଥିପାଇଁ ପୁଲିସ୍ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ମାତ୍ର ଏହା ପର୍ଯ୍ୟାପ୍ତ ନହେବାରୁ ବିଭିନ୍ନ ଦେଶର ସରକାରଙ୍କୁ ସହଯୋଗ କରିବା ପାଇଁ ଗୁଗୁଲ ଏଇ ନିକଟରେ ପ୍ରକାଶ କରିଛି ସାରା ପୃଥିବୀର ବିଭିନ୍ନ ଦେଶର, ବିଭିନ୍ନ ଅଂଚଳର ଲୋକମାନଙ୍କର ଗିତିବିଧିର ଡାଟା ।

ତେବେ ପ୍ରଥମ ପର୍ଯ୍ୟାୟରେ ଗୁଗୁଲ ପୃଥିବୀର ୧୩୧ ଦେଶର ଡାଟା ପ୍ରକାଶ କରିଛି ଯେଉଁଥିରେ ଭାରତ ମଧ୍ୟ ରହିଛି । ଏହି ଡାଟା ସରକାର ତଥା ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବ ଲକ୍‌ ଡାଉନ୍ ସମୟରେ ଲୋକମାନଙ୍କୁ ଆହୁରି ସତର୍କ ରହିବା ପାଇଁ । ଏହାଛଡ଼ା ଏହି ଡାଟାକୁ ଆଧାର କରି ବିଭିନ୍ନ ଦେଶର ପଲିସି ମେକରମାନେ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ପଲିସି ତିଆରି କରିପ।ରିବେ । ବର୍ତମାନ ପରିପ୍ରେକ୍ଷୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସୋସିଆଲ୍ ଡିଷ୍ଟାନ୍‌ସିଂ ହିଁ ଏକମାତ୍ର ଉପାୟ ବୋଲି କୁହାଯାଉଛି । ସୋସିଆଲ୍ ଡିଷ୍ଟାନ୍‌ସିଂ ବଢ଼ାଇବା ଲାଗୁହୋଇଛି ଲକ୍ ଡାଉନ୍ ।

ଲକ୍ ଡାଉନ୍‌କୁ ଲୋକମାନେ ଠିକ୍ ଭାବରେ ପାଳନ କରୁଛନ୍ତି କି ନାହିଁ ଏବଂ ଏହି ସମୟରେ ଲୋକମାନେ କେଉଁ ସ୍ଥାନକୁ ବେଶି ଯାଉଛନ୍ତି ବା ଯାଉନାହାଁନ୍ତି ତା’ର ଟ୍ରାକିଂ କରି ଡାଟାବେସ୍ ତିଆରି କରିଛି ଗୁଗୁଲ୍ । ଲୋକମାନେ ସାଧାରଣତଃ ଏବେ ସ୍ମାର୍ଟ ଫୋନ୍ ବେଶି ବ୍ୟବହାର କରୁଛନ୍ତି ଯାହା ସିଧାସଳଖ ଗୁଗୁଲର ସାଟେଲାଇଟ୍ ସହିତ ସଂଯୋଗ ରକ୍ଷା କରିଥାଏ । ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକଟି କୌଣସି ସ୍ଥାନକୁ ଗତି କଲେ ବା ଯାତାୟାତ କଲେ ସେହି ସ୍ଥାନ ସହିତ ସମ୍ପୃକ୍ତ ଲୋକର ସ୍ଥିତି ମଧ୍ୟ ଜାଣିବା ସହଜ ହୋଇଥାଏ ଗୁଗୁଲ ପାଇଁ । ଏହାକୁ ଆଧାର କରି ଏବେ ପୃଥିବୀର ବିଭିନ୍ନ ଦେଶ ଓ ଅଂଚଳର ଲୋକ ଲକଡାଉନ୍ ସମୟରେ କେଉଁଠିକି ଯାଉଛନ୍ତି ତାହା ଚିହ୍ନଟ କରିହେଉଛି । ତେଣୁ ଆପଣ ଯଦି ଲକ୍‌ଡାଉନ୍‌ ନିୟମ ନମାନି ନିଜ ଇଛା ଅନୁସାରେ ଅନାବଶ୍ୟକ ଭାବରେ କେଉଁଠି ଗହଳି ବା ଭିଡ଼ କରୁଛନ୍ତି ତାହେଲେ ସାବଧାନ ରୁହନ୍ତୁ । ସେଠି ପୁଲିସ୍ ବା ସୁରକ୍ଷା କର୍ମୀ ନଥିଲେ ବି ଗୁଗୁଲ ଡାଟା ସରକାରଙ୍କୁ ଜଣେଇଦେବ ଆପଣ ଭିଡ଼ରେ ଅଛନ୍ତି ବୋଲି ।

Leave A Reply

Your email address will not be published.