ସବୁ ପୁରୁଷମାନଙ୍କର ଦାଢ଼ି ଠିକ୍‌ ଭାବେ ନ ଆସିବାର କାରଣ କ’ଣ ? ଆସନ୍ତୁ ଜାଣିବା

0 963

ଆଜିକା ଦିନରେ ଦାଢ଼ି ରଖିବା ଫ୍ୟାସନ ପାଲଟି ଯାଇଛି । ଚାରି ଆଡ଼େ ସମସ୍ତଙ୍କୁ ଏହି ଲୁକ୍‌ରେ ଦେଖିବାକୁ ମିଳୁଛି । ଫିଲ୍ମ ଷ୍ଟାର ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ଲୁକ୍‌କୁ ପସନ୍ଦ କରୁଛନ୍ତି ।

ତେବେ କିଛି ପୁରୁଷ ମାନଙ୍କର ଦାଢ଼ି ଏବଂ ନିଷ ଠିକ୍‌ ଭାବେ ଆସି ନଥାଏ । ଏହାର କାରଣ ହେଉଛି ‘‘ଡ଼ିଏଚ୍‌ଟି” ହରମୋନର ଅଭାବ । ଏହି ହରମୋନର ଅଭାବ ପାଇଁ କିଛି ପୁରୁଷଙ୍କ ନିଷ ଓ ଦାଢ଼ି ଠିକ୍‌ ଭାବରେ ଉଠିନଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ‘ଡ଼ିଏଚ୍‌ଟି(ଡ଼ାଇହାଇଡ଼୍ରୋଟେଷ୍ଟୋଷ୍ଟେରୋନ)’ ପୁରୁଷ ମାନଙ୍କ ମଧ୍ୟରେ ଦେଖାଯାଉଥିବା ହରମୋନ ଟେଷ୍ଟୋଷ୍ଟେରୋନ ସହ ଜୋଡ଼ି ହୋଇ ରହିଥାଏ ।

ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ ‘ଟେଷ୍ଟୋଷ୍ଟେରୋନ’ ପରିବର୍ତ୍ତନ ଦ୍ୱାରା ହିଁ ଡ଼ାଇହାଇଡ଼୍ରୋଟେଷ୍ଟୋଷ୍ଟେରୋନ ତିଆରି ହୋଇଥାଏ । ଏହି ହରମୋନର ପ୍ରଭାବ ‘ଟେଷ୍ଟୋଷ୍ଟେରୋନ’ ଠାରୁ ଅଧିକ ଥାଏ । ଯେଉଁ ପୁରୁଷଙ୍କ ପାଖରେ ଏହି ହରମୋନ ଅଧିକ ମାତ୍ରରେ ଦେଖାଯାଏ ତାଙ୍କର ଠିକ୍‌ ଭାବରେ ନିଷ ଏବଂ ଦାଢ଼ି ଆସିଥାଏ । ଏହା ସହିତ ଜୀନ୍‌ର ପ୍ରଭାବ ମଧ୍ୟ ରହିଥାଏ । ଯଦି ଜଣଙ୍କର ପୂର୍ବ ପୁରୁଷ ମାନଙ୍କର ଭଲ ନିଷ ଏବଂ ଦାଢ଼ି ଥାଏ ତେବେ ତାଙ୍କ ପର ପିଢ଼ି ମାନଙ୍କର ମଧ୍ୟ ଭଲ ନିଷ ଏବଂ ଦାଢ଼ି ଆସିଥାଏ ।

ନିଜ ଶରୀରରେ ‘ଟେଷ୍ଟୋଷ୍ଟେରୋନ’ର ମାତ୍ରା ନିୟନ୍ତ୍ରଣ ରଖିବା ପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯେମିତିକି ଓଜନ କମାଇବା, ନିଶା ଶେବନ ନକରିବା,ଖାଇବାରେ କାଜୁ,ବାଦାମ, ପିସ୍ତା, ଅଲିଭ୍‌ ତେଲ ଏବଂ ନଡ଼ିଆ ଖାଇବା ନିହାତି ଦରକାର ।

Leave A Reply

Your email address will not be published.