ବିଶ୍ୱ ବିଜୟୀ ଭାରତ; କମାଲ କଲେ ଦୁଇ କ୍ଯାପଟେନ୍

0 1,272

ଓଡ଼ିଆ ଗସିପ୍ ବ୍ଯୁରୋ: ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ପୁରସ୍କାର ଘୋଷଣା କରିଛି । ଦଶନ୍ଧିର ସର୍ବୋତ୍ତମ ପ୍ରଦର୍ଶନ ଉପରେ ଆଧାର କରି ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳ ଚୟନ କରିଛି । ଆଉ ଏହି ତାଲିକାରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ଜାରି ରହିଛି ।

ପୂର୍ବତନ ଟିମ୍ ଇଣ୍ଡିଆ କ୍ଯାପଟେନ୍ ମହେନ୍ଦ୍ର ସିଂ ଧୋନି ଏବଂ ବର୍ତ୍ତମାନର ଷ୍ଟାଇଲିସ୍ କ୍ଯାପଟେନ୍ ବିରାଟ କୋହଲି ଭାରତ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଆଇସିସି ପକ୍ଷରୁ ଘୋଷଣା ହୋଇଥିବା ଦଶନ୍ଧୀର ଶ୍ରେଷ୍ଠ ଖେଳାଳି ଭାବେ ଚୟନ ହୋଇଥିବା ବେଳେ ଆଇସିସି ଦିନିକିଆ ଏବଂ ଟି-୨୦ର କମାଣ ସମ୍ଭାଳିଛନ୍ତି ।

ସର୍ବୋତ୍ତମ ପ୍ରଦର୍ଶନ ଭିତ୍ତିରେ ଆଇସିସି ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳ ଚୟନ କରିଛି । ଏହି ତାଲିକାରେ ଭାରତରୁ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି ଓ ରୋହିତ ଶର୍ମା ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟି -୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତେବେ ଉଭୟ ଦିନିକିଆ ଓ ଟେଷ୍ଟ ଟିମ୍ ସହ ଟି-ଟ୍ବେଣ୍ଟି ଦଳରେ ବିରାଟ କୋହଲି ସ୍ଥାନ ପାଇଛନ୍ତି । ତାସହ ଦଶନ୍ଧିର ଟେଷ୍ଟ ଦଳ ଅଧିନାୟକ ଭାବେ କୋହଲିଙ୍କୁ ମିଳିଛି ଦାୟିତ୍ୱ ।

ଦିନିକିଆ ଟିମରେ ଧୋନିଙ୍କ ବ୍ଯତୀତ ରୋହିତ ଶର୍ମା, ବିରାଟ କୋହଲି ବି ସ୍ଥାନ ପାଇଛନ୍ତି । ଦଳରେ ଅନ୍ଯ ସଦସ୍ଯ ଭାବେ ଅଷ୍ଟ୍ରେଲିଆର ଡେଭିଡ ଓ୍ୱାର୍ନର ଓ ମିଚେଲ ଷ୍ଟାର୍କ ବି ସ୍ଥାନ ପାଇଛନ୍ତି । ବାଂଲାଦେଶର ଅଲରାଉଣ୍ଡର ସାକିବ୍ ଉଲ ହାସନ ଏବଂ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କ ସହ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଓ ଡି ଭିଲିୟର୍ସଙ୍କୁ ମଧ୍ୟ ସ୍ଥାନ ମିଳିଛି । ନ୍ଯୁଜିଲାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲଟ୍ ଦଶନ୍ଧୀର ଦିନିକିଆ ଟିମ୍କୁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.