Annual Sports Festival at Devbumi Grampachayat Nodal High SchooAnnual Sports Festival at Devbumi Grampachayat Nodal High Schoo

ଆସିକା,୪/୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମୀ ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲ ଠାରେ ଆଜି ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲବ ସେଠିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେବଭୂମି ସରପଞ୍ଚ ଅଶାନ୍ତି ବେହେରା, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଗୈାରହରି ବେହେରା, ପୂର୍ବତନ ସମିତିସଭ୍ୟ ସନ୍ତୋଷ ନାହକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ନାଥ ମୁନୀ, ନାଏବ ସରପଞ୍ଚ ରଞ୍ଜିତା ରାଣୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Oplus_131072

ଏହି କ୍ରୀଡା ଉତ୍ସବ ତିନି ଦିନ ଧରି ହେବାକୁ ଥିବା ବେଳେ ପ୍ରାୟ ୨୫୦ ରୁ ଉର୍ଦ୍ଧ ଖେଳାଳୀ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ସରପଞ୍ଚ ଅଶାନ୍ତି ବେହେରା କ୍ରୀଡା ପତାକାକୁ ଉତୋଳନ କରିବା ପରେ କ୍ରୀଡା ମଶାଲ ଧରି ଖେଳାଳୀ ମାନେ ଗ୍ରାମ ପରିକ୍ରମା କରି ଖେଳ ପଡିଆ ଠାରେ ପହଁଚି ଥଲେ । ଏହି ଉତ୍ସବରେ କବାଡି, ଖୋକୋ, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ, ଡିସକସ ଥ୍ରୋ, ଝିଲାପି ଦୈାଡ, ଅଖା ଡିଆଁ, ବାଟି ଚାମଚ ଦୈାଡ, ଗଣିତ ପ୍ରତିଯୋଗିତା, ସ୍କିପିଙ୍ଗ, ଦୈାଡ, ସ୍ଲୋ ସାଇକେଲ, ମ୍ୟୁଜିକ ଚେୟାର ପ୍ରମୁଖ ପ୍ରତିଯୋଗିତା ହୋଇଛି ।

ଏହି କ୍ରୀଡା ଉତ୍ସବକୁ ଏ.ଏନ.ଓ ଏନସିସି ଅଧିକାରୀ ଅନୁପ କୁମାର ନାୟକ ପରିଚାଳନା କରୁଥିବା ବେଳେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପଦ୍ମଚରଣ ବିଷୋୟୀ ଓ କ୍ରୀଡା ଶିକ୍ଷକ ଉଦୟ କୁମାର ମାଝି ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷୟତ୍ରୀ କବିତା ସାମନ୍ତରା, ଗାୟତ୍ରୀ ବିଶ୍ୱାଳ, ରଞ୍ଜିତା ରାଣୀ ବେହେରା, ଉଷାରାଣୀ ବିଷୋୟୀ, ଶିବାନୀ ସେଠି, ସଂଘମିତ୍ରା ପାଢୀ, ବବିତା କୁମାରୀ ଚୈାଧୁରୀ, କ୍ରୀଷ୍ଣା କୁମାରୀ ପରିଡା, କଲ୍ୟାଣୀ ସାହୁ, ଶିକ୍ଷକ ରବିନ୍ଦ୍ର କୁମାର ନାୟକ, ସୂର୍ଯ୍ୟନାରାୟଣ ବେହେରା, କିରାଣୀ ଗାଣ୍ଡୁ ସ୍ୱାଇଁ, ଅଫିସ ପିିଅନ ଗୈାରୀ ନାହକ, କାଳୁ ନାୟକ ପ୍ରମୁଖ କ୍ରୀଡା ଉତ୍ସବ ପରିଚାଳନାରେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ ।

ବିଦ୍ୟାଳୟ ଗୁଡିକରେ କ୍ରୀଡା ଛାତ୍ରଛାତ୍ରୀଙ୍କ ପାଇଁ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ମାନସିକ ଓ ଶାରିରୀକ କ୍ଷେତ୍ରରେ ଉନ୍ନତି କରୁଥିବା ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।