Zonal Level Schools, Games and Sports Competition at AskaZonal Level Schools, Games and Sports Competition at Aska

ଆସିକା,୨୨/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ କଲେଜ ଛକ ସ୍ଥିତ ଟେକନିକାଲ ହାଇସ୍କୁଲ ଠାରେ ଆଜି ଜୋନାଲ ସ୍ତରୀୟ ସ୍କୁଲ କ୍ରିଡା ପ୍ରତିଯୋଗିତା ଅନୁଷ୍ଟିତ ହୋଇଛି । ଏହି ପ୍ରତିିିଯୋଗିତାରେ ଆସିକା ବ୍ଲକ ଓ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୩୨୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ଖୋକୋ, କବାଡି, ଦୈାଡ, ଲଙ୍ଗ ଜମ୍ପ, ହାଇଜମ୍ପ, ଡିସକସ୍‌, ସଟଫୁଟ୍‌, ୮ଶହ ମିଟର, ୧୫ ଶହ ମିଟର, ୩ ହଜାର ମିଟର ଦୈାଡ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ଜେନାଙ୍କ ତତ୍ୱାବାଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ମୁ୍‌ଖ୍ୟ ଅତିଥି ଭାବେ ଧରାକୋଟ ବି.ଇ.ଓ ଲଙ୍ଗରାଜ ସ୍ୱାଇଁ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏଥିରେ ମୁଖ୍ୟବକ୍ତା ଭାବେ ଆସିକା ବି.ଇ.ଓ ମୁନ୍‌ରାଣୀ ମହାନ୍ତି, ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, କ୍ରିଡାବିତ ଦିଲ୍ଲୀପ କୁମାର ପାଣିଗ୍ରାହି, ଏମ.ତାରିଣୀ ସେନାପତି, ଆସିକା ଏ.ବି.ଇ.ଓ ଭାଗିରଥୀ ପାତ୍ର, ବିଭୂନନ୍ଦ ପଣ୍ଡା, ଧରାକୋଟ ଏ.ବି.ଇ.ଓ ପ୍ରଦିପ କୁମାର ହୋତା, ଧରାକୋଟ ବ୍ଲକ କ୍ରୀଡା ସମ୍ପାଦକ ପାଣ୍ଡବ ସ୍ୱାଇଁ, ଆସିକା ସରକାରୀ ବାଳୀକା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷୟତ୍ରୀ ଇନ୍ଦିରା ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

ଛାତ୍ରଛାତ୍ରୀ ପାଠ ପଢା ସହିତ ନିଜ ନିଜ ରୁଚିରେ ଶାରୀରିକ କ୍ରିଡା ଓ ବ୍ୟାୟାମ ଉପରେ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷା ଓ କ୍ରିଡା ଉଭୟ ପରସ୍ପର ପରିପୂରକ । ଭଲ ପଢିବା ପାଇଁ ଉତମ ସ୍ୱାସ୍ଥ୍ୟ ଓ କ୍ରୀଡା ନିହାତି ଆବଶ୍ୟକ ବୋଲି ଧରାକୋଟ ବିଇଓ ଲିଙ୍ଗରାଜ ସ୍ୱାଇଁ ପ୍ରତିକ୍ରିୟା ରଖିଥିଲେ । ଏହି କ୍ରିଡାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଛତ୍ରପୁର ଠାରେ ଭାଗ ନେବ ବୋଲି ଜଣାପଡିଛି ।

ଏହି ପ୍ରତିଯୋଗିତାରେ ଆସିକା ଟେକନିକାଲ ହାଇସ୍କୁଲ କ୍ରୀଡା ଶିକ୍ଷକ କୈଳାସ ଗୈାଡଙ୍କ ନେତୃତ୍ୱରେ ଉଭୟ ଧରାକୋଟ ଓ ଆସିକା ବ୍ଲକର କ୍ରୀଡା ଶିକ୍ଷକ ସ୍ୱଦେଶ ଦଳାଇ, ଦେବରାଜ ଜେନା, ଚନ୍ଦ୍ରକଳା ସାହୁ, ପାଣ୍ଡବ ଗୈାଡ, ମଦନମୋହନ ବାଡତ୍ୟା, କାହ୍ନା ଚରଣ ଦାଶ, ସନ୍ତୋଷ କୁମାର ବେହେରା, କେ. ନାନୀବାବୁ ଦୋରା, ମନୋରଞ୍ଜନ ରଥ, ରାମଚନ୍ଦ୍ର ବିଷୋୟୀ, ବିଶ୍ୱଜୀବନ ସାହୁ, ଭାଗିରଥୀ ବେହେରା, ଦୀପକ କୁମାର ପରିଡା, ପଦ୍ମଚରଣ ବିଷୋୟୀ, ଅନିଲ ନାୟକ, ଜଗନ୍ନାଥ ବିଶ୍ୱାଳ, ଦେବରାଜ ଜେନା, ହର୍ଷ ବିଷୋୟୀ, କ୍ଷିରାଦ୍ଧୀ ତନୟା ଶର୍ମା, ନବଘନ ବାଡତ୍ୟା, ସୁଧିର ପାଢୀ, ଲିଜା ପାତ୍ର, ବନିତା ବେହେରା, ଆଦିତ୍ୟ ସାମଲ, କିଶୋର ଚନ୍ଦ୍ର ସ୍ୱାଇଁ, ମଙ୍ଗୁଳୁ ଜେନା, ଲକ୍ଷ୍ମୀ ନାରାୟଣ ବେହେରା, ଶୁଭଶ୍ରୀ ତ୍ରିପାଠୀ, ଜାନକୀ ରାଉତ, ମାମୁନୀ ବିଶ୍ୱାଳ ପ୍ରମୁଖ କ୍ରିଡା ଶିକ୍ଷକ ଯୋଗ ଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।