72nd State Senior Kabadi Competition in Aska : 59 Kabadi teams from 30 districts along with Odisha Police and Kit Institute participated72nd State Senior Kabadi Competition in Aska : 59 Kabadi teams from 30 districts along with Odisha Police and Kit Institute participated

ଆସିକା,୨୨/୧୧(ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜି ୭୨ ତମ ରାଜ୍ୟସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତା ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟ ଓଡିଶା କବାଡି ଆସୋସିଏସନ ଓ ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନର ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ସର୍ବମୋଟ ୫୯ଟି ପୁରୁଷ ଓ ମହିଳା କବାଡି ଦଳ ସାଙ୍ଗକୁ ଓଡିଶା ପୋଲିସ କବାଡି ଦଳ ଓ କିଟି ଅନୁଷ୍ଠାନର କବାଡି ଦଳ ଅଂଶଗ୍ରହଣ କରିଛନ୍ତି । ଆସିକାର ଅଧିିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀ ମନ୍ଦିର ପୀଠରେ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଆୟୋଜିତ ଆସିକା ହରିହର ହାଇସ୍କୁଲ ମିନିଷ୍ଟାଡିୟମ ଠାରେ ପହଁଚି ଥିଲେ । ଏକ ବର୍ଣ୍ଣାଢ୍ୟ ପରିବେଶରେ ସମସ୍ତ ପ୍ରତିଯୋଗୀ ମଶାଲ ଧରି ସହର ପରିକ୍ରମା କରିଥିଲେ ।

ଏହି କାର୍ଯ୍ୟକ୍ରମ ଆସିକା ବିଧ।।ୟକ ସରୋଜ କୁମାର ପାଢୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବେଳେ ଆସିକା ଚିନିଶିଳ୍ପ ପରିଚାଳନା ନିର୍ଦ୍ଧେଶକ ଡଃ.ସୁଶାନ୍ତ କୁମାର ପଣ୍ଡା, ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଏନ.ଏ.ସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ, ଓଡିଶା କବାଡି ଆସୋସିଏସନ ସହସମ୍ପାଦକ ଅଜୟ ବେହେରା ସାଙ୍ଗକୁ ଜିଲ୍ଲା କର୍ମକର୍ତା ପ୍ରମୁଖ ଯୋଗ ଦେଇଥିଲ ।

ଗଞ୍ଜାମ ଜିଲ୍ଲାର ଆସିକା ଏକ କ୍ରୀଡା ଭିତିଭୂମିର ପୃଷ୍ଠଭୂମି ରହିଥିବା ବେଳେ ପ୍ରତିଯୋଗିତା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଶ୍ରେଷ୍ଠ ସ୍ଥାନ ହୋଇଛି । ଏଠାରେ ପ୍ରତିଯୋଗିତା ପାଇଁ ଉତମ ବ୍ୟବସ୍ଥା ସାଙ୍ଗକୁ ପରିଚାଳନା ଶୃଙ୍ଖଳିତ ହୋଇଥିବାରୁ ସରକାରୀ ସ୍ତରରେ ଆସିକା ଠାରେ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ବୋଲି ପ୍ରତିକ୍ରିୟା ମିଳିଛି ।

ରାଜ୍ୟ ସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା ପାଇଁ ୫୯ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ୫ ଶହ କିଲୋମିଟର ଦୂରରୁ ଦେବଗଡ, କୋରାପୁଟ, ସୁନ୍ଦରଗଡ, ସମ୍ବଲପୁର, ଜୟପୁର, ନବରଙ୍ଗପୁର, କେନ୍ଦୁଝର ପ୍ରମୁଖ ଇଲାକାରୁ ମହିଳା ଓ ପୁରୁଷ ଖେଳାଳୀ ଭାଗ ନେଇଛନ୍ତି । ଆସିକାକୁ ଏକ କ୍ରୀଡା ହବ କରାଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତି ଗ୍ରହଣ ସାଙ୍ଗକୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଏଙ୍ଖାରେ ଆୟୋଜନ କରାଯିବ । ଏଥି ସକାଶେ ୯କୋଟି ଟଙ୍କା ବ୍ୟୟ ଅଟଳଳରେ ନୂତନ ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାରୀ ସ୍ତରରେ ଆଲୋଚନା କରାଯାଇଛି ।