Annual school function celebration at Devbhumi GramPanchayat Nodal High SchoolAnnual school function celebration at Devbhumi GramPanchayat Nodal High School

ଆସିକା,୨୧/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲବ ସେଠିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଭୂମି ସରପଚଂ ଅଶାନ୍ତି ବେହେରା, ସମ୍ମାନୀୟ ଅତିଥି ଭାବେ ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନରାଣୀ ମହାନ୍ତି,ଏ,ବି.ଇ.ଓ ବିଭୂ ନନ୍ଦନ ପଣ୍ଡା,ସମିତିସଭ୍ୟା ଲକ୍ଷ୍ମୀ ବେହେରା, ପୂର୍ବତନ ସରପଚଂ ବିଜୟ କୁମାର ଦଳେଇ, କସ୍ତୁରୀବାଇ ସ୍ୱାଇଁ, ଅହଲ୍ୟା ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ଗୈାରହରି ବେହେରା, ପୂର୍ବତନ ସମିତିସଭ୍ୟ ସନ୍ତୋଷ କୁମାର ନାହାକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ନାଥ ମୁନୀ, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଚାଂନନ ନାଥ ମୁନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ସମାଜରେ ଉତମ ମଣିଷ ହେବା ପାଇଁ ଶିକ୍ଷା ଅର୍ଜନ ଆବଶ୍ୟକତା ସାଙ୍ଗକୁ ଗୁରୁଜନ ମାନଙ୍କ କଥା ଶୁଣିବା, ସତଚିନ୍ତା ମାର୍ଗକୁ ଅନୁସରଣ କରିବା, ସମୟାନୁବର୍ତିତା ହେବା ଜରୁରୀ ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରବିନ୍ଦ୍ର କୁମାର ନାୟକ, ଏଏନଓ ତଥା ଏନସିସି ଅଧିକାରୀ ଅନୁପ କୁମାର ନାୟକ, ଉଦୟ କୁମାର ମାଝି, ଶିକ୍ଷୟତ୍ରୀ କବିତା ସାମନ୍ତରା,ସଞ୍ଜୁକ୍ତା ବେହେରା, ସଂଘମିତ୍ରା ପାଢି, କବିତା ଚୌଧୁରୀ, କ୍ରିଷ୍ଣା କୁମାରୀ ପରିଡା, ସୂର୍ଯ୍ୟ ନାରାୟଣ ବେହେରା, ଶିବାଜୀ ସେଠି, ରଞ୍ଜିତା ରାଣି ବେହେରା,ଗାୟତ୍ରୀ ବିଶ୍ୱାଳ, ଉଷା ରାଣି ବିଷୋୟୀ ପ୍ରମୁଖ ଯୋଗ ଦେଇ ବାର୍ଷିକ ଉତ୍ସବକୁ ପରିଚାଳନାରେ ସହ ଯୋଗ କରିଥିଲେ ।