The 47th anniversary of Aska Beniya Bhajan Mandali was heldThe 47th anniversary of Aska Beniya Bhajan Mandali was held

ଆସିକା,୨୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳଷଣ୍ଡପୁର ପଞ୍ଚାୟତ ବେଣିଆ ଗାଁ ଠାରେ ଶ୍ରୀ ସତ୍ୟସାଇ ସେବା ସମିତି ବେଣିଆ ଭଜନ ମଣ୍ଡଳୀର ୪୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ପ୍ରାତଃ ସକାଳେ ଓଁ କାର, ସୁପ୍ରଭାତ, ନଗର ସଂକୀର୍ତନ, ଷୋଡଶପୋଚାର ପୂଜା ଆଦି ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ସ୍ୱତନ୍ତ୍ର ଭଜନ ସହିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଲକ୍ଷ୍ୟାର୍ଚ୍ଚନା ପୂଜା କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ସତ୍ୟସାଇ ବାବାଙ୍କ ଦିବ୍ୟ ଉପଦେଶକୁ ଜୀବନର ମାର୍ଗ ଭାବେ ଗ୍ରହଣ କରି ପ୍ରେମ ଭାବ ଜୀବନଯାପନ କରିବା ନେଇ ଜିଲ୍ଲା କର୍ମକର୍ତା ଅଜିତ କୁମାର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଣତୀ ପଟ୍ଟନାୟକ, ଆବାହକ ଗଙ୍ଗାଧର ଗୌଡ, ମଙ୍ଗୁଳୁ ରାଉତ ପ୍ରମୁଖ ବାର୍ଷିକ ବିବରଣୀ ପଠନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗୋପାଳ କୃଷ୍ଣ ଜେନା, ଧନଞ୍ଜୟ ମହାପାତ୍ର, ମିଟୁ ରାଉତ, ଗୋପିନାଥ ସ୍ୱାଇଁ, ବିଜୟ କାମ୍ପ, ମିଥୁନ ବାରିକ, ବିଭୁ ପ୍ରସାଦ କାମ୍ପ, ସନ୍ୟାସୀ ପ୍ରଧାନ, ମାଧୁରୀ ସ୍ୱାଇଁ, ସବିତା ଜେନା , ଛବିରାଣୀ ନାହକ, ଇଶ୍ୱରୀ ନାହକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବେଣିଆ ଗ୍ରାମର ବୁଧିରାମ ନାହକ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।