A meeting of the Rushikulya Brahmin Mahasangha at AskaA meeting of the Rushikulya Brahmin Mahasangha at Aska

ଆସିକା,୨୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସହର ଉପକଣ୍ଠ ବସଷ୍ଟାଣ୍ଡ ବୁଢି ମାଁ ଠାକୁରାଣୀ ମନ୍ଦିର ପରିସର ଠାରେ ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ଗଙ୍ଗାଧର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ରଥ ସଭାକୁ ପରିଚାଳନା କରିଥିଲେ ।

ଏହି ସଭା ଆରମ୍ଭରେ ପଣ୍ଡିତ ସୁକାନ୍ତ କିଶୋର ମିଶ୍ରଙ୍କ ଦ୍ୱାରା ବେଦପାଠ ମନ୍ତ୍ର କରାଯାଇଥିଲା । ଏହାପରେ ଶିକ୍ଷାବିତ ପଣ୍ଡିତ ସୁରେନ୍ଦ୍ର ନାଥ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସଭାରେ ମହାସଂଘର ସଂଗଠନକୁ ସୁଦୃଢ କରିବା ପାଇଁ ବହୁବିଧ ଆଲୋଚନା କରାଯିବା ସାଙ୍ଗକୁ ବ୍ରାହ୍ମଣ ସମାଜ ସହ ଜଡତି ଥିବା ଜନସାଧାରଣଙ୍କ ହିତ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । କର୍ମକାଣ୍ଡବିତ୍‌, ସୁପକାର ଓ ମନ୍ଦିର ପୂଜକ ମାନଙ୍କୁ ସରକାରୀ ପ୍ରୋତ୍ସାହନ ଓ ସ୍ଥାୟୀତ୍ୱ ପାଇଁ ସରକାର ସହାୟତା ଯୋଗାଇ ଦେବା ପାଇଁ ବୈଠକରେ ଦାବୀ କରାଯାଇଥିଲା । ଜିଲ୍ଲାରେ ତୃଣମୁଳ ସ୍ତରରେ ସଂଗଠନ, ଋଷିକୁଲ୍ୟା ଓ ବଡନଦୀର ସଙ୍ଗମ ସ୍ଥଳ ବୁଡତୋଟାର ଉନ୍ନତି, ବ୍ରାହ୍ମଣ ମାନଙ୍କ ତଥା ଜନସାଧାରଣ ଓ ଆସିକା ଅଚଂଳରେ ଭୂବନ୍ଦୋବସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ସଂଗଠନର ରୂପରେଖ ପ୍ରସ୍ତାବ ସଭାରେ ପାରିତ ହୋଇଥିଲା ।

ଏହି ସଭାରେ ବନମାଳୀ ସାମନ୍ତରା, ନିରୋଜ ପାଢୀ, ସରୋଜ ଦାଶ, ପ୍ରଶାନ୍ତ କୁମାର ଭଟ୍ଟ, ହୃଷିକେଶ ସାହୁ, ରବି ପାଣିଗ୍ରାହୀ, ପ୍ରଦିପ କୁମାର ଶତପଥୀ, ସିତାରାମ ଦାଶ, ଗୋବିନ୍ଦ ଆଚାର୍ଯ୍ୟ, କିଶୋର ଚନ୍ଦ୍ର ପାତ୍ର, ବିନୋଦ ପାଣିଗ୍ରାହୀ, ପ୍ରତାପ ମିଶ୍ର, ଉପେନ୍ଦ୍ର ନାଥ ମିଶ୍ର, ଗୈାରୀଶଙ୍କର ମିଶ୍ର, ମୃତ୍ୟୁଞ୍ଜୟ ଆଚାର୍ଯ୍ୟ, ଦିଲ୍ଲୀପ ପାଣିଗ୍ରାହୀ, ପ୍ରଦିପ ପାଢୀ, ଗଣେଶ ପାଢୀ, ସନ୍ତୋଷ ମୁନୀ, ରାଜୁ ମିଶ୍ର, ସୁରେଶ ପାତ୍ର, ନିରଞ୍ଜନ ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ଥିଲେ ।

ଏହି ବୈଠକରେ ଧରାକୋଟ ବ୍ଲକ ସଭାପତି ଓ ଆସିକା ଏନଏସି ସଭାପତି ଭାବେ ହୃଷିକେଶ ସାହୁ ଓ ଶକ୍ତି ପ୍ରସାଦ କରଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏହି ସଭା ଶେଷରେ ଶିକ୍ଷକ ପ୍ରଦିପ କୁମାର ଶତପଥି ଉପସ୍ଥିତ ସମସ୍ତ ମାନଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।