ଆସିକା,୨୯/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ବାଣୀବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ ବିନୋଦନ କେନ୍ଦ୍ରର ଆଜି ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସଭାପତି ଶ୍ରୀଯୁକ୍ତ ଗଣେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଅଜିତ କୁମାର ପଟ୍ଟନାୟକ ଓ ପିତବାସ ମହାପାତ୍ର ସଂଯୋଜନା କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଡଃ.ଇନ୍ଦୁ ଭୂଷଣ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ତଥା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମ, ବ୍ରହ୍ମପୁର ସିମାଚଂଳ ପ୍ରସାଦ ବିଷୋୟୀ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରୁପକ୍ଷ ଦାଶ, ଜିଲ୍ଲା ଉପସଭାପତି ନବୀନ କୁମାର ପଟ୍ଟନାୟକ, ଧରାକୋଟ ସମ୍ପାଦକ ବାସୁଦେବ ନାୟକ, କୁକୁଡାଖଣ୍ଡି କର୍ମକର୍ତା ଶ୍ରୀନିବାସ ରାଉଳ, ନିତ୍ୟାନନ୍ଦ ଦଳାଇ, ବେଲଗୁଣ୍ଠା ଶାଖା ସଭାପତି ଅଭିମନ୍ୟୁ ପଟ୍ଟନାୟକ, କୋଦଳା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ବାଲିପଦର ବୁଗୁଡା ସଂଘ ପ୍ରକାଶ ଚନ୍ଦ୍ର ରଥ, କୁକୁଡାଖଣ୍ଡି ଶାଖା ଏ.ସନ୍ୟାସୀ, ଏ.ଚିନ୍ତାମଣି, କବିସୂର୍ଯ୍ୟନଗର ଶାଖା ବନମାଳୀ ସ୍ୱାଇଁ, ସାଧାରଣ ସମ୍ପାଦକ ବନମାଳୀ ସାମନ୍ତରା, ଉଦୟନାଥ ପାଢୀ, ଡାକ୍ତର ଶ୍ୟାମଘନ ବିଶ୍ୱାଳ, ମହେଶ୍ୱର ନାୟକ, ଦୁର୍ଗା ପ୍ରସାଦ ପଣ୍ଡା, ପ୍ରଦିପ କୁମାର ରାଉତ, ଭବାନୀ ଶଙ୍କର ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଚିକିତ୍ସା ଭତା ପ୍ରଦାନ କରିବା ଦିଗରେ ଆଲୋଚନା କରାଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କୁ ତୁରନ୍ତ ୩ ହଜାର ଟଙ୍କା ପ୍ରଦାନ କରିବା, ଟ୍ରେନ ଯାତ୍ରା ଏବଂ ବସ ଯାତ୍ରା ବେଳେ ରିହାତି ପ୍ରଦାନ, ୬୫ ବର୍ଷ ଠାରୁ ଅତିରିକ୍ତ ପେନସନ ଲାଗୁ କରିବା, ସବୁ ବ୍ଲକ କାର୍ଯ୍ୟାଳୟ ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଭବନ ନିର୍ମାଣ କରିବା, ବ୍ରହ୍ମପୁର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟାଳୟ ତଥା ବରିଷ୍ଠ ନାଗରିକ ଭବନ ନିର୍ମାଣ କରିବା, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ନେଇ ଆଲୋଚନା କରାଯାଇଥିଲା ।