Aska Make Michael Sanskrit College organized Winter Special Service Camp by NSSAska Make Michael Sanskrit College organized Winter Special Service Camp by NSS

ଆସିକା,୩୧/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଶୀତ ସ୍ୱତନ୍ତ୍ର ସେବା ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମ ଦେବଭୂମି ଗ୍ରାମରେ ଅନୁଷ୍ଠିତ ହୋଇଥିବା ବେଳେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇ ଆଜି ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଉଦଘାଟକ ଭାବେ ସୁଦର୍ଶନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋବିନ୍ଦ୍ର ଚନ୍ଦ୍ର ଆଚାର୍ଯ୍ୟ ଓ ପୂର୍ବତନ ଜିଲ୍ଲା ପରିଷଦ ଗୈାରହରି ବେହେରା ଯୋଗ ଦେଇଥିଲେ । ଏହି ଶିବିରରେ ମହାବିଦ୍ୟାଳୟ ଅଧ୍ୟାପକ ମନୋରଞ୍ଜନ ସାହୁ, ଅଧ୍ୟାପକ ଶିିଶିର କୁମାର ମିଶ୍ର, ଅଧ୍ୟାପକ ବାବାନାଥ ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାଶ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିିଲେ ।

ଏହି କାର୍ଯ୍ୟକ୍ରମରେ ମହାମାରୀ ଏଡସ୍ ର ଭୟାବହ ତଥା ତାର ନିରାକରଣ ବିଷୟରେ ଅରୁଣା ସ୍ୱେଚ୍ଚାସେବୀ ଅନୁଷ୍ଠାନ ଜିଲ୍ଲା ଅଧିକାରୀ ସୁଶିଲ କୁମାର ସାହୁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏହାପରେ ଅରୁଣା ସ୍ୱେଚ୍ଚାସେବୀ ଅନୁଷ୍ଠାନ ପକ୍ଷରୁ ଏଚଆଇଭି ପରିକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଛାତ୍ରୀ ମାନଙ୍କ ବୈାଧିକ ଜ୍ଞାନ ବୃଦ୍ଧି ପାଇଁ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଅଗ୍ନିଶମ ବିଭାଗ ଦ୍ୱାରା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନି ନିରାପତା ଏବଂ ଅଗ୍ନିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟମାନ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଉତମ ବେଶଭୂଷା ପୋଷାକ ପ୍ରଦର୍ଶନରେ ଶାସ୍ତ୍ରୀ ତୃତୀୟ ବର୍ଷର ଛାତ୍ରୀ ଶ୍ରାବଣୀ ଜେନା ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନରେ ଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ରୀ ପାୟଲ ସ୍ୱାଇଁ ଏବଂ ତୃତୀୟ ସ୍ଥାନରେ ମାମାଲି ମହାନ୍ତି ଓ ଅମ୍ବିକା ନାଇକ ଯୁଗ୍ମ କୃତିତ୍ୱ ହାସଲ କରିଥିଲେ । ଏହା ସହିତ ଏକକ ନୃତ୍ୟରେ ଶ୍ରାବଣୀ ଜେନା ବିଶେଷ ଯୋଗ୍ୟତା ହାସଲ କରିଥିଲେ ।

ଆଜିର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ସଂଯୋଜକ ପ୍ରଫେସର ଡଃ.ପୂର୍ଣ୍ଣଚନ୍ଦ୍ର ପାଢି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଅଧ୍ୟାପକ ଶିଶିର କୁମାର ମିଶ୍ର, ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସନାତନ ପଣ୍ଡା ସଂଯୋଜନା କରିଥିବା ବେଳେ ଶିବିରରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟରୁ ଛାତ୍ର ସେବକ ଭାବେ ରୁଦ୍ର ମହାରଣା, ଚନ୍ଦନ, ଅଭିନାଶ, ଅର୍ପିତ, ଆଶିଷ, ରକି, ଚିନ୍ମୟ, ଆଦର୍ଶ ପ୍ରମୁଖ ସେବା ମୁଳକ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ । ଶେଷରେ ଶାସ୍ତ୍ରୀ ତୃତୀୟ ବର୍ଷ ଛାତ୍ରୀ ତୁଳସୀ ବିଶ୍ୱାଳ ଉପସ୍ଥିତ ସମସ୍ତଙ୍କ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।