International Mother Language Day celebrated at Aska Science CollegeInternational Mother Language Day celebrated at Aska Science College

ଆସିକା,୨୧/୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଓଡିଆ ଭାଷା ବିଭାଗର ସହଭାଗିତାରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଥିଲା । ଏହି ଅବସରରେ ଓଡିଆ ଭାଷା ସାହିତ୍ୟର ସାହିତ୍ୟ ପ୍ରେମୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଭାବଗର୍ଭକ କବିତା ପାଠୋତ୍ସବ ଅନୁଷ୍ଠୀତ ହୋଇଥିଲା ।

ଏହି ଦିବସର ଆରମ୍ଭରେ ଓଡିଆ ବିଭାଗୀୟ ମୁଖ୍ୟ ଡଃ.ସ୍ମିତାରାଣୀ ପଣ୍ଡା ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ମହତ୍ୱ ପ୍ରତିପାଦନ ଉପରେ ସ୍ୱାଗତ ଭାଷଣ ରଖିଥିଲେ । ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ଡଃ.ଅଜିତ କୁମାର ମୁନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଯୋଗେଶ୍ୱରୀ ଧରୁଆ ସମୃଦ୍ଧ ମାତୃଭାଷା ଓଡିଆକୁ କିପରୀ ଆଗ୍ରହ ପ୍ରକାଶ କରାଯିବ ସେନେଇ ସବିଶେଷ ବିବରଣୀ ରଖିଥିଲେ । ଓଡିଆ ଭାଷାର ସାହିତ୍ୟ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ହୋଇଥିଲେ ମଧ୍ୟ ଓଡିଆଙ୍କ ବୈମାତୃକ ମନୋଭାବ ପୋଷଣ ଦ୍ୱାରା ସରକାରୀ ସ୍ତରରେ ସାର୍ବଜନୀନ ହୋଇାପାରୁ ନାହିଁ । ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷାର ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ଓଡିଆ ଭାଷା ସାହିତ୍ୟର ଶିକ୍ଷାର୍ଥୀ ମାନଙ୍କୁ ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିନ୍ଦୀ ଅଧ୍ୟାପକ ରାଜେଶ କୁମାର ସାହୁ ମାତୃଭାଷା ହିଁ ହୃଦୟର ସ୍ପନ୍ଦନ ଅଟେ ଏବଂ ମାତୃଭାଷାର ଜ୍ଞାନ ବିନା ଅନ୍ୟର ଯନ୍ତ୍ରଣାକୁ ହୃଦୟରେ ଅନୁଭବ କରି ହୁଏ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟାପକ ଡଃ.ଅଜିତ କୁମାର ମୁନୀ ଓଡିଆ ଭାଷାକୁ ଅଗ୍ରଣୀ ଭାଷା ରୂପେ ଏକ ପରିଚୟ ସୃଷ୍ଟି କରିବା ପାଇଁ ଓଡିଆ ଭାଷା ସାହିତ୍ୟ ଛାତ୍ରଛାତ୍ରୀଙ୍କୁ ସଙ୍କଳ୍ପ କରାଯାଇଥିଲେ ।

You missed