କୋଦଳା,୨୬/୨ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆଠଗଡ ତାଲୁକା ଖଲାଡି ମୁଠା ସଭାପତି ସ୍ୱର୍ଗତ ଡାକ ଦାଶଙ୍କ ଦ୍ୱାଦଶରେ ସ୍ମତି ଚାରଣ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଛି । ଏହି ସଭା କୋଦଳା ନିକଟ ଚିଙ୍ଗୁଡିଘାଇ ସ୍ଥିତ ବାସଭବନ ଠାରେ ଅନୁଷ୍ଟିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହୀନ ନାହକ, ସହସମ୍ପାଦକ ଶ୍ରୀ ପ୍ରକାଶ ଦାଶ, ଉପଦେଷ୍ଟା ଶ୍ରୀ ଗହ୍ମା ଦାଶ, ମହେନ୍ଦ୍ର ଦାଶ, ଶ୍ରୀ ସୁବାଷ ଦାଶ, ଖଲାଡି ମୁଠା ସମ୍ପାଦକ ଶ୍ରୀ ମହେଶ୍ୱର ନାହକ, ଶ୍ରୀ ଟୁକୁନା ନାହକ ଓ ଜିଲ୍ଲା ସଂଗଠକ ଶ୍ରୀ ଅମର ନାହକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଡାକ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହାପରେ ତାଙ୍କ ଉଦ୍ଧେଶ୍ୟରେ ୫ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଟିତ ହୋଇଥିଲା ।

ସେ ଜଣେ ସାଧାରଣ ବ୍ୟକ୍ତି ହୋଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ । ଲୋକଙ୍କ ସେବା କରିବା ଓ ଅନ୍ୟର ସୁବିଧା ଓ ଅସୁବିଧା କାର୍ଯ୍ୟରେ ଯୋଗ ଦେଇ ସହଯୋଗ କରିବା ତାଙ୍କ ଜୀବନର ଏକ ମାତ୍ରଲକ୍ଷ୍ୟ ଓ ଉଦ୍ଧେଶ୍ୟ ଥିଲା । ଜୀବନ କାଳ ମଧ୍ୟରେ ସେ ଲୋକଙ୍କ ପାଇଁ ସମୟ ବିତାଇ ଆସୁଥିଲେ । ସେ ଦିର୍ଘ ୧୫ ବର୍ଷ ଧରି ଆଠଗଡ ତାଲୁକା ଖଲାଡି ମୁଠାର ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ସେ ପ୍ରଥମେ ବିଶାଖାପାଟଣା ଘରୋଇ ମେଡିକାଲ ଓ ପରବର୍ତୀ ସମୟରେ ଭୁବନେଶ୍ୱରରେ ଚିକିତ୍ସିତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ୱର୍ଗତ ଡାକ ଦାଶଙ୍କ ସ୍ତ୍ରୀ, ଦୁଇ ପୁଅ ଓ ତିନି ଝିଅ ସାଙ୍ଗକୁ ବହୁ ମାନ୍ୟଗଣ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।