Kodala Athgarh Taluka Khadal Society Kothghar Foundation CeremonyKodala Athgarh Taluka Khadal Society Kothghar Foundation Ceremony

ଆସିକା,୪/୩(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଆଠଗଡ ତାଲୁକା ଖଦାଳ ସମାଜ କୋଠଘର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁରେନ୍ଦ୍ର ନାଥ ନାୟକ, ଜିଲ୍ଲା ସଙ୍ଗଠକ ଅମର ନାହାକ, ସୁଦାମ ନାହାକ, ମହେଶ୍ୱର ନାହାକ, ଟୁକୁନା ନାହାକ, ଭିକାରୀ ନାୟକ, କାଳୁ ନାହାକ, ଟିକିନା ନାହାକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କୋଦଳା ରବିନ୍ଦ୍ର ନାହାକ ଓ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କୁଳ ସମାଜର ରିତିନୀତି ଅନୁଯାୟୀ ହୋମ, ଯଜ୍ଞ, ପୂଜା ପାଠ ସମ୍ପନ୍ନ କରାଯାଇ ଥିଲା । ଏହା ପରେ ସମାଜ କୋଠଘର ପ୍ରତିଷ୍ଠା ଦିବସରେ କୁଳ ଦେବା ଦେବୀଙ୍କୁ ସ୍ମରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜର ମଙ୍ଗଳ କାମନା ଓ ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆନୁଷଙ୍ଗିକ କାର୍ଯ୍ୟକୁ କିଭଳି ବିକାଶ ଦିଗ ଆଡକୁ ବୃଦ୍ଧୀ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।

You missed