ଆସିକା,୪/୩ (ଶୁଣାକଥା) : ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ସ୍ୱଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହିଞ୍ଜିଳୀକାଟୁ ଉପଖଣ୍ଡ ମେଡିକାଲ ଆସିଷ୍ଟାଟଂ ସର୍ଜନ ଡଃ.ସନ୍ତୋଷ କୁମାର ଷଡଙ୍ଗୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁପ୍ରିୟା ଗୁପ୍ତା, ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପପୁନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଆଲୋଚନା ଚକ୍ରରେ “ସ୍ୱାସ୍ଥ୍ୟ ସୁରକ୍ଷା, ଅନିୟମିତ ଉଚ୍ଚ ରକ୍ତଚାପର ନିରାକରଣ ଏବଂ ଅଂଶୁଘାତର ନିରାକରଣ” ଆଦି ବିଷୟ ଉପରେ ଆଲୋକପାତ କରାଯାଇଥିଲା । ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁପ୍ରିୟା ଗୁପ୍ତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପପୁନ ସ୍ୱାଇଁ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ଏହି ଅବସରରେ ହିଞ୍ଜିଳୀକାଟୁ ଉପଖଣ୍ଡ ମେଡିକାଲ ଆସିଷ୍ଟାଟଂ ସର୍ଜନ ଡଃ.ସନ୍ତୋଷ କୁମାର ଷଡଙ୍ଗୀ ପ୍ରାଣୀ ବିଜ୍ଞାନ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷାର ମାନଦଣ୍ଡ ଉପରେ ଅବଗତ କରାଇଥିଲେ ।
ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଜିତୁନ ମହାରଣା, ଡି.ମନୀଷା,ସାଲବାନି ଦାଶ, ଶୈଳଜା ସାଙ୍ଗକୁ ବିଭାଗୀୟ ଛାତ୍ର ରାଜେଶ କୁମାର ପାତ୍ର, ଜିତୁ, ଲୋକନାଥ ପାଣିଗ୍ରାହି, କର୍ମଚାରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲ । ଏହି କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପପୁନ ସ୍ୱାଇଁ ଉପସ୍ଥିତ ଅତିଥି, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ କର୍ମଚାରୀ ପ୍ରମୁଖଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।