ବ୍ରହ୍ମପୁର,୯/୩(ଶୁଣାକଥା) ମନୋଜ କୁମାର ନାୟକ : ଓଡିଶା ରାଜ୍ୟରେ ମହିଳାଙ୍କ ଉପରେ ଆକ୍ରମଣ ଓ ଶିଶୁ ନିର୍ଯ୍ୟାତନ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ନେଇ ବ୍ରହ୍ମପୁର ବାପୁଜୀ ଆଶ୍ରମ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ବରିଷ୍ଠ କଂଗ୍ରେସ ନେତା ରବୀନ୍ଦ୍ର ଅଧିକାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଗଞ୍ଜାମ ଜିଲ୍ଲା ପ୍ରଭାରୀ ନକୁଳ ନାୟକ ଯୋଗ ଦେଇଥିଲେ । ମହିଳାଙ୍କ ଉପରେ ହେଉଥିବା ଆକ୍ରମଣ ଓ ଶିଶୁ ନିର୍ଯ୍ୟାତନାକୁ କେନ୍ଦ୍ର କରି ଆସନ୍ତାକାଲି ସକାଳ ପ୍ରାୟ ୧୦ ଘଟଂ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା ।

ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ସାଙ୍ଗକୁ ଆକ୍ରମଣ ଓ ନିର୍ଯ୍ୟାତନା ବୃଦ୍ଧି ପାଇଥିବା ସହ ମହିଳା ମାନଙ୍କ ସୁରକ୍ଷା ବିପଦଜନକ ସ୍ଥିତିରେ ରହିଛି । ବେଟି ବଚାଅ, ବେଟି ପଢାଅ ନାରା ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନ କାଳରେ ପ୍ରାୟ ୫୪ଟି ଗଣଦୁର୍ଷ୍କମ ଭଳି ଘଟଣା ଆଇନଶୃଙ୍ଖଳା ଭୂଷୁଡି ପଡିଥିବା ସୂଚନା ପ୍ରଦାନ କରୁଛି । ଏହା ବିରୁଦ୍ଧରେ ଆସନ୍ତା କାଲି ୧୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାକୁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ଓ ନେତା ସହଯୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଭାରୀ ନକୁଳ ନାୟକ ଅନୁରୋଧ କରିଛନ୍ତି ।
ଏହି ବୈଠକରେ କଂଗ୍ରେସ ନେତା ରାଜା ନାୟକ, ସାଇ ପ୍ରସାଦ ପାତ୍ର, ପଦ୍ମଚରଣ ସାହୁ, ପରବିନ୍ ବେଗମ, ନାଗ ଭୂଷଣ ରାଓ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ ।