ଆସିକା,୧୧/୮(ଶୁଣାକଥା) ମନୋଜ କୁମାର ନାୟକ – ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଧେଶକ୍ରମେ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କିଷାନ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ଆସିକା ଖମ୍ବେଶ୍ୱରୀ ପାଟଣା ସ୍ଥିତ ପଶ୍ଚିମ କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ଆସିକା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ଦେବାକାନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ ହୋଇଥିଲା । ଏହି ବୈଠକରେ କିଷାନ ନେତା ଓ କୃଷକ ଓ କର୍ମୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ବେଳେ କୃଷକ ମାନଙ୍କ ଉନ୍ନତି ଓ ବିକାଶକୁ ଦୃଷ୍ଟିରେ ରଖି ତିନୋଟି ପ୍ରମୁଖ ଦାବୀ ନେଇ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଓଡିଶା କିଷାନ କଂଗ୍ରେସ ସଭାପତି ଅଭୟ ସାହୁ, ଜିଲ୍ଲା ସଂଯୋଜକ ତଥା ଆସିକା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, କଂଗ୍ରେସ ନେତା ସୁନାରାମ ସାବତ, ସୋରଡା କଂଗ୍ରେସ ନେତା ହରିକୃଷ୍ଣ ରଥ, କଂଗ୍ରେସ ନେତା ଚିତ୍ରସେନ ବେହେରା, ଆସିକା ଯୁବ କଂଗ୍ରେସ ନେତା ଦିପକ କୁମାର ଭୂୟାଁ, ବିନାୟକ ଗୈାଡ ପ୍ରମୁଖ ଯୋଗ ଦେଇଥିଲେ ।
ଚାଷୀର ସମସ୍ତ ବଳକା ଧାନ ସରକାର ସିଧାସଳଖ କୈାଣସି ମଧ୍ୟବର୍ତୀକାଳୀନ ବ୍ୟବସ୍ଥା ବିନା ଚାଷୀ ଠାରୁ କିଣିବା ଉପରେ ବୈଠକରେ ଜୋର ଧରିଥିଲା । ଏହା ସହିତ କୃଷକ ବୀମାକୁ ସଠିକ ଭାବରେ ଲାଗୁ କରିବା, ଚାଷୀ ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବା ଓ ବର୍ଷସାରା ଖରାରେ ଓ ତାରାରେ ଶାରିରୀକ ପରିଶ୍ରମ କରୁଥିବା କୃଷକକୁ ୫୫ ବର୍ଷ ପରେ ୧୦ ହଜାର ଟଙ୍କା କୃଷକ ଭତା ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।
ଆଗାମୀ ଦିନରେ କୃଷକ ମାନଙ୍କ ହିତସାଧନ ଉଦ୍ଧେଶ୍ୟରେ ସରକାର ଏସବୁ ଦାବୀକୁ ପୂରଣ କରିବାରେ ଅସମର୍ଥ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ଯୁବ ଗୋଷ୍ଠୀ ଭବାନୀ ଭୂଷଣ ଦାଶ, ଧବଳ ନାହକ, ପବିତ୍ର ପାତ୍ର, ପପୁ ଦାଶ, ଗୋପାଳ ଜେନା, ସୁନିଲ ପରିଡା, ସୁଚିତ୍ର ନାୟକ, ଶିବ ଦାଶ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।