Janmashtami and Nandoutsav celebrated at ISKCON temple, Lanjipalli, BerhampurJanmashtami and Nandoutsav celebrated at ISKCON temple, Lanjipalli, Berhampur

ବ୍ରହ୍ମପୁର,୧୭/୮(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସର ଠାରେ ଆଜି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କାର୍ଯ୍ୟକ୍ରମ ଖୁବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ।

ଏହି ଉତ୍ସବରେ ପ୍ରାୟ ୭ ହଜାରରୁ ଉର୍ଦ୍ଧ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ମନ୍ଦିରର ଅଧ୍ୟକ୍ଷ ପଞ୍ଚରତ୍ନ ଦାଶ, ଉପାଧ୍ୟକ୍ଷ ବଳିରୂପ ଦାଶ, ବରିଷ୍ଠ ବ୍ରହ୍ମଚାରୀ ଜଗତବନ୍ଧୁ ମୁରାରୀ ଦାଶ, ମଣିକିଶୋର ଦାଶ, କଳାନିଧି ହରି ଦାଶ, ରଘୁନାଥ ହୃଷୀକେଶ ଦାଶ ସମେତ ଅନ୍ୟାନ୍ୟ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭଜନ, କୀର୍ତ୍ତନ ସାଙ୍ଗକୁ ଭଗବାନ ଶ୍ରୀ ଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ଦିବ୍ୟ ମାହଭିଷେକ ତଥା ମହାଆରତୀ ଅନୁଷ୍ଠିତ ହୋଇଥିଲା । ମନ୍ଦିର ଅଧ୍ୟକ୍ଷ ପଞ୍ଚରତ୍ନ ଦାଶଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଜନ୍ମକଥା ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା ।

ସେହିଭଳି ନନ୍ଦୋତ୍ସବ ପାଳିତ ବେଳେ ଇସ୍କନ ମନ୍ଦିର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଳ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୯ ତମ ଆବିର୍ଭାବ ତିଥି ପାଳନ କରାଯାଇଥିଲା । ଏହି ଉତ୍ସବରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ମହାପ୍ରସାଦ ସେବନ କରିଥିଲେ ।