A preparatory meeting was held by the West Ganjam District Congress Committee party around the office of the Bhanjanagar Sub-District Collector, focusing on violence against women and children.A preparatory meeting was held by the West Ganjam District Congress Committee party around the office of the Bhanjanagar Sub-District Collector, focusing on violence against women and children.

ଆସିକା,୮/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦଳ ପକ୍ଷରୁ ଆସନ୍ତା ୧୦ ତାରିଖ ଦିନ ଭଞ୍ଜନଗର ଉପଜିଲ୍ଲାପାଳଙ୍କା କାର୍ଯ୍ୟାଳୟ ଘେରାଉ ନିମନ୍ତେ ଆସିକା ଖମ୍ବେଶ୍ୱରୀ ପାଟଣା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ଏହି ବୈଠକ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦଳ ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, ଗଞ୍ଜାମ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟି ଦଳ ପ୍ରଭାରୀ ବିଜୟ କୁମାର ପ୍ରଧାନ, ଆସିକା କଂଗ୍ରେସ ମହିଳା ନେତ୍ରୀ ସୁଦିପ୍ତା ଦାଶ, ଭଞ୍ଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ମଣ୍ଡଳ, ପୋଲସରା ବିଧାୟକ ପ୍ରାର୍ଥୀ ଅଗସ୍ତି ବରାଡ, ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ, ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା, ହିଞ୍ଜିଳୀକାଟୁ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢୀ, କଂଗ୍ରେସ ନେତୃବୃନ୍ଦ ମନୋରଞ୍ଜନ ଦାସ, ବିକ୍ରମ ପଣ୍ଡା, ଯୁବ କଂଗ୍ରେସ ନେତା ସୁଶାନ୍ତ ରାଉତ, ପିସିସି ସଦସ୍ୟ ବୁଲା ଜେନା, ସୁବାଷ ଜେନା, ବିଜୟ କୁମାର ସାହୁ, ପଦ୍ମଚରଣ ସାହୁ, ସୁନାରାମ ସାବତ ସମେତ ବହୁ କଂଗ୍ରେସ କର୍ମୀ ଓ ନେତା ପ୍ରସ୍ତୁତି ବୈଠକ ଯୋଗ ଦେଇଥିଲେ ।

ଏହି ବୈଠକରେ ମହିଳା ଓ ଶିଶୁ ନିର୍ଯ୍ୟାତନା ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଦଳ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ୱାକ୍ଷର ସମ୍ଭଳୀତ ଏକ ଦାବୀ ପତ୍ର ପ୍ରଦାନ ସ୍ୱରୂପ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ନେଇ ଆଲୋଚନା କରିଥିଲେ । ରାଜ୍ୟରେ ୪୪ ହଜାର ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି । ଏହି ତଥ୍ୟ ଭିତିରେ ଓଡିଶାରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାର କଣ କରୁଛନ୍ତି ବୋଲି ପ୍ରସ୍ତୁତି ବୈଠକରେ ପ୍ରଶ୍ନ କରାଯାଇଥିଲା । କଂଗ୍ରେସ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଟେ । ଏହି ପ୍ରସଙ୍ଗ ନେଇ କଂଗ୍ରେସ ଦଳ ଏକ ଟିମ ଗଠନ କରି ଘର ଘର ବୁଲି ନିଖୋଜଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ବୋଲି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ପୂର୍ବରୁ ବିଜେଡି ଓ ବର୍ତମାନ ବିଜେପି ସରକାର ମହିଳାଙ୍କ ସମସ୍ୟା ଉପରେ ଧ୍ୟାନ ଦେଇ ନଥିବା ଅଭିଯୋଗ କରାଯାଇଥିଲା । ମହିଳା ହିଂସାର ସୀମା ଟପି ଥିବା ନେଇ କଂଗ୍ରେସ ନେତା ଦାବୀ କରିବା ସହ ଘୋର ନିନ୍ଦା ପ୍ରସ୍ତାବ ରଖିଥିଲେ । ଯାହାକୁ ସବୁଠାରୁ ବଡ ଚିନ୍ତାର ବିଷୟ ବୋଲି କହିଛନ୍ତି ।

ଗତ ୮ ମାସରେ ରାଜ୍ୟରେ ୩୪୨୦ ମହିଳା ଓ ୮୪୦୩ ଶିଶୁ ନିଖୋଜ ହେବା ସହିତ ୫୪ ଟି ଗଣ ଦୁର୍ଷ୍କମ ଘଟଣା ଘଟିଛି । ଯାହାକି ଆଇନଶୃଙ୍ଖଳାର ବିଫଳତାକୁ ସ୍ପଷ୍ଟ ରୁପେ ଦର୍ଶାଇଛି । ମହିଳାଙ୍କ ପ୍ରତି ଅମାନୁଷିକ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା କଂଗ୍ରେସ ନେତା ନେତା ମତବ୍ୟକ୍ତ କରିଥିଲେ । ଏହା ସହିତ ବିଦ୍ୟାଳୟରେ ନାବାଳୀକା ଗର୍ଭବତୀ ହେବା ଓ ସନ୍ତାନ ପ୍ରସବ କଲା ଭଳି ସାଘାଂତିକ ଘଟନା ସାରା ଦେଶକୁ ଲଜ୍ଜିତ କରିଛି । ଏହା ଡବଲ ଇଞ୍ଜିନ ସରକାରଙ୍କ ମୁଖାଖୋଲି ଦେଇଛି । କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢାଅ ସ୍ଲୋଗାନ ଲଜ୍ଜା ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ଘଟଣାରେ ସରକାର ଉତର ରଖିବାକୁ ବାଧ୍ୟ ବୋଲି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା ।

You missed