ବ୍ରହ୍ମପୁର,୧/୧୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ ଠାରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ବିଶ୍ୱ ଏଡସ୍ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ.ନିବେଦିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରିଣୀ ସମିତା ସାହୁ ଓ ସୁନୀତା ରାଣୀ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଏହି ଅବସରରେ ରୋଗର ଭୟଭୟତା ଏବଂ ଏଥିରୁ ସୁରକ୍ଷିତ ରହିବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରାଯାଇଥିଲା । ମହାବିଦ୍ୟାଳୟ ଶୈକ୍ଷିକ ଅଧିକାରିଣୀ ଡଃ.ବାଣୀ ପଟ୍ଟନାୟକ ଏଡସ୍ ର ସଂକ୍ରାମକ ପ୍ରକ୍ରିୟା ଓ ନିରାକରଣ କିପରି ହୋଇପାରିବ ସେନେଇ ଆଲୋକପାତ କରିବା ସାଙ୍ଗକୁ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହା ପୂର୍ବରୁ ମହାବିଦ୍ୟାଳୟ ପରିସର ଠାରେ ଏକ ସଚେତନତା ରାଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଓ.ଏ.ସି ସଂଯୋଜିକା ଡଃ.ସୁଜାତା ପଣ୍ଡିତ, ଡଃ.ଅଳକା ରାଣୀ ଦାଶ, ଡଃ.ରାଜଲକ୍ଷ୍ମୀ ଦାଶ, ପ୍ରଶାସନିକ ଅଧିକାରିଣୀ ଡଃ.ଜୟନ୍ତୀ ରାଣୀ ପଣ୍ଡା ସମେତ ମହାବିଦ୍ୟାଳୟ ଅଧ୍ୟାପିକା, ଶତାଧିକ ଛାତ୍ରୀ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁନୀତା ରାଣୀ ଜେନା ଉପସ୍ଥିତ ସମସ୍ତ ଅତିଥି, ବୁଦ୍ଧିଜୀବୀ ଓ ମାନ୍ୟଗଣ ବ୍ୟକ୍ତି ଏବଂ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।