World AIDS Day is sponsored by "Aruna" Voluntary InstituteWorld AIDS Day is sponsored by "Aruna" Voluntary Institute

ଆସିକା,୨/୧୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଅରୁଣା ସ୍ୱେଚ୍ଚାସେବୀ ଅନୁଷ୍ଠାନ ଲିଙ୍କ ୱାର୍କର ସ୍କିମ ପ୍ରକଳ୍ପ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଶ୍ୱ ଏଡସ୍ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, ଅରୁଣା ଡି.ଆର.ପି ସୁଶିଲ କୁମାର ସାହୁ, ଜୋନାଲ ସୁପର ଭାଇଜର ବାଳକୃଷ୍ଣ ସାହୁ,କ୍ଲଷ୍ଟର ଲିଙ୍କ ୱାର୍କର ଟୁଟେନ୍ଦ୍ର ସାହୁ, ବବିତା ପାତ୍ର, ଲିଜା ନାହକ, ପ୍ରମୋଦ ବାଡତ୍ୟା, ମିନତି ପଣ୍ଡା, ଭାବାନୀ ପ୍ରାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏଚ.ଆଇ.ଭି ସଂକ୍ରମଣ କାରଣରୁ ବ୍ୟାପୁଥିବା ଏକ ଭୟଙ୍କର ରୋଗ । ଯାହା ଥରେ ଆକ୍ରମଣ କରିଲେ ଆପେ ଆପେ ମଣିଷ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ନଷ୍ଟ ହୋଇଥାଏ । ଆଉ ଧୀରେ ଧୀରେ ମୃତ୍ୟୁ ଆଡକୁ ଗତି କରିଥାଏ । ବଡ କଥା ହେଲା ଆଜିର ଯୁଗରେ ସାଇନ୍ସ ବେଶ ଉନ୍ନତି କରିଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ । ଏବେବି ପ୍ରତିବର୍ଷ ଏହି ରୋଗରେ ପ୍ରାଣ ହରାଉଛନ୍ତି । ଏମିତିରେ ଏଡସ୍ ବିଷୟରେ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ ଦିବସ ପାଳନ କରାଯାଉଥିବା ବେଳେ ଏହାକୁ କିପରି ମୁଳୋତ୍ପାଟନ କରାଯିବ ସେନେଇ ଗବେଷଣା ଚାଲିଥିବା ଅତିଥି ମାନେ ନିଜ ନିଜ ପ୍ରତିକ୍ରିୟା ରଖିଥିଲେ ।

ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜି.ଆର.ପି ବାଳକୃଷ୍ଣ ସାହୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଏଚ.ଆଇ.ଭି ର ଭୟାଭୟତା ଏବଂ ଏହାର ନିରାକରଣ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଭବିଷ୍ୟତରେ ଏକ ସୁସ୍ଥ ସମାଜ ଗଠନ କରି ୨୦୩୦ ସୁଦ୍ଧା ଏଚ.ଆଇ.ଭି ମୁକ୍ତ କରିବା ପାଇଁ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲକାରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ସନାତନ ପଣ୍ଡା, ପ୍ରଧାନ ପଣ୍ଡିତ ପ୍ରଦିପ କୁମାର ତ୍ରିପାଠି, ୱାଇ,ଆର.ସି କାଉନସିଲର ଶିଶିର କୁମାର ମିଶ୍ର, ଓଡିଆ ଅଧ୍ୟାପିକା ବବିତା କୁମାରୀ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।