Annual function 'Utkarsha' 2025 at NBC College, Kendupadar

ଆସିକା,୧୫/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଉତ୍କର୍ଷ ୨୦୨୫ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ନାଟ୍ୟ ସଂସଦ ଓ ସାଂସ୍କୃତିକ ସଂଗଠନ ଦ୍ୱାରା ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘୁମୁସର ଦକ୍ଷିଣାଚଂଳ ବନାଧିକାରୀ ବିନୋଦ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ବିଷ୍ଣୁଚରଣ ଜେନା, ସମ୍ମାନୀୟ ଅତିଥି ଭାବେ ଶୁଳପାଣି ଶତପଥୀ ଓ ମହନ୍ତ ମହାରାଜ ଚୈତନ୍ୟ ଚରଣ ଦାଶ ଏବଂ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ସଭାପତି ଡଃ.ବାୟାମନୁ ଚର୍ଚ୍ଚି ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ସାଂସ୍କୃତିକ ସଂଗଠନ ଉପସଭାପତି ଅନୁପ ଷଡଙ୍ଗୀ, ସହାୟିକା ଯଶ୍ମିନ ନାୟକ, ନାଟ୍ୟ ସଂସଦ ଉପସଭାପତି ଅଜିତ ପଟ୍ଟନାୟକ, ସହାୟକ ଅଜିତ କୁମାର ମୁଖୀ ପ୍ରମୁଖ ବାର୍ଷିକ ଉତ୍ସବକୁ ପରିଚାଳନା କରିଥିଲେ । ଏହି ବାର୍ଷିକ ଉତ୍ସବ ଉତ୍କର୍ଷ ୨୦୨୫ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ ଓଡିଆ ଘରର ହାତ ତିଆରୀ ବ୍ୟଞ୍ଜନ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ରାମ୍ପ ସୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ସହିତ ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟକ କାର୍ଯ୍ୟକ୍ରମ ସାଙ୍ଗକୁ ଅନୁଷ୍ଟିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ତଥା ଶୈକ୍ଷିକ ଅଧିକାରୀ ଡଃ.କୁନା ସୁନା, ରାସାୟନିକ ବିଜ୍ଞାନ ବିଭାଗ ମୁଖ୍ୟ ଡଃ.ଜୀବନ କୃଷ୍ଣ ଦାଶ ପ୍ରମୁଖ ଡକ୍ଟର ଉପାଧୀ ପାଇଥିବାରୁ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିଭଳି ଇଂରାଜୀ ବିଭାଗ ଅଧ୍ୟାପିକା ସୁଶ୍ରୀ ସୂଚିସ୍ମିତା ପଟ୍ଟନାୟକଙ୍କୁ ପାଠାଗାରରେ ଅଧିକ ସମୟ ପ୍ରୟୋଗ ପାଇଁ ସମ୍ମାନୀତ କରାଯାଇଥିଲା । ମହାବିଦ୍ୟାଳୟ ପୂର୍ବତନ ପରିଚାଳନା କମିଟି ସଭାପତି ଡଃ.ବାୟାମନୁ ଚର୍ଚ୍ଚିଙ୍କୁ ସମ୍ମାନୀତ କରାଯାଇଥିଲା ।

ଇତିହାସ ବିଭାଗ ମୁଖ୍ୟ ବିକାଶ ଦିଗାଲ,ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ସିଲୁ ସେଠି, ଅଧ୍ୟାପକ ଉଦିତ ନାରାୟଣ ଦାଶ, ଅର୍ଥନୀତି ବିଭାଗ ମୁଖ୍ୟ ଉପେନ୍ଦ୍ର ମାଝି ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ଯଶ୍ମିନ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ବାର୍ଷିକ ଉତ୍ସବର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଅଜିତ କୁମାର ପଟ୍ଟନାୟକ ବାର୍ଷିକ ଉତ୍ସବ ବିବରଣୀ ପଠନ କରିଥିବା ବେଳେ ଓଡିଆ ଅଧ୍ୟାପକ ଅଜିତ କୁମାର ମୁଖୀ ଉପସ୍ଥିତ ସମସ୍ତ ଅତିଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଅଭିଷେକ ବେହେରା, ବିତୀୟ ଅଧିକାରୀ ରୁଦ୍ରମାଧବ ମହାନ୍ତି, ଅଧ୍ୟାପକ ପ୍ରଫୁଲ କାଣ୍ଡଗୋରୀ, ଆଲୋକ ପ୍ରଧାନ, ଅଜିତ ମୁଖୀ, ଅଜିତ ମହାପାତ୍ର, ସଚିନ ଜେନା, ଅଧ୍ୟାପିକା ସୁଜାତା ଟେଟେ, ସୁଜାତା ସିଂହ, ସ୍ୱପ୍ନରାଣୀ ପଟ୍ଟନାୟକ,ଶୁଭଶ୍ରୀ ସାହୁ, ସୁଶ୍ରୀ ସଙ୍ଗିତା ପଟ୍ଟନାୟକ, ଯାଜ୍ଞସେନୀ ପ୍ରଧାନ, କେ.ସ୍ମିତା ପାତ୍ର, ଅର୍ପିତା ପ୍ରିୟଦର୍ଶନୀ, ରାଜେଶ୍ୱରୀ ରଥ, ପ୍ରିୟଙ୍ଗା ସ୍ୱାଇଁ, କିରଣ ଡାକୁଆ ସାଙ୍ଗକୁ ମହାବିଦ୍ୟାଳୟ କର୍ମଚାରୀ, ଛାତ୍ରଛାତ୍ରୀ, ଅତିଥି,ସ୍ୱେଚ୍ଚାସେବୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।