ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୪ ମସିହା ମେଟ୍ରିକ ବ୍ୟାଚ ଛାତ୍ରୀଙ୍କ ବନ୍ଧୁ ମିଳନ

0 446

ଆସିକା,୩୧/୮(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୪ ମସିହା ମେଟ୍ରିକ ବ୍ୟାଚ ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ବିଦ୍ୟାଳୟ ପରିସର ଠାରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମିନତୀ କୁମାରୀ ପାତ୍ର ଆବାହକ ଭାବେ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ଭାସ୍କର ପ୍ରଧାନ, ସୁଭଦ୍ରା ମିଶ୍ର, ମନୋରମା ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

ଦିର୍ଘ ବର୍ଷ ପରେ ଏହି ବନ୍ଧୁ ମିଳନ ଛାତ୍ରୀ ମାନଙ୍କ ଅଧ୍ୟୟନ ସମୟର ସମସ୍ତ ସ୍ମତିକୁ ସାଉଁଟି ଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତ ପୂର୍ବତନ ଛାତ୍ରୀ ମାନେ ଯୋଗ ଦେଇ ନିଜ ନିଜ ପରିଚୟ ପ୍ରଦାନ ସାଙ୍ଗକୁ ନିଆର ଅନୁଭୂତିକୁ ଉପସ୍ଥାପନ କରିଥିଲେ । ଛାତ୍ରୀ ସମୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ଉପଦେଶ ଓ ଆଦେଶକୁ ମନେ ପକାଇ କିଛି ସମୟ ପାଇଁ ପୁଣି ଛାତ୍ରୀ ପାଲଟିଥିଲେ । ଆଉ ମନେ ପକାଇଥିଲେ ପାଠ ପଢା ଜୀବନର ମୁଲ୍ୟବୋଧକୁ । ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇ ସମସ୍ତ ଛାତ୍ରଙ୍କୁ ଫୁଲତୋଡା ଓ ଉପଢୈାକନ ପ୍ରଦାନ ସହ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା ।

ଏହି ସଭାରେ ପୂର୍ବତନ ଛାତ୍ରୀ ମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇ ଆଗାମୀ ଦିନରେ ସୁବିଧା ଓ ଅସୁବିଧା କ୍ଷେତ୍ରରେ ସମାନ ଭାଗିଦାରୀ ହେବା,ମେଡିକାଲ କ୍ଷେତ୍ରରେ ଚିକିତ୍ସା ପାଇଁ ସହ ଯୋଗ,କୈାଣସି ମଦଭେଦ ନ ରଖି ପରସ୍ପର ମଧ୍ୟରେ ଆର୍ଥିକ ସହାୟତା, ପୁଅ ଓ ଝିଅଙ୍କ ପାଠ ପଢାରେ ବନ୍ଧୁତ୍ୱର ମର୍ଯ୍ୟାଦା ପାଇଁ ଆର୍ଥିକ ସହାୟତା କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟରେ ବାଦ ପଡିଥିବା ଅନ୍ୟ ସାଙ୍ଗ ସାଥି ମାନଙ୍କୁ କିପରି ଯୋଡା ଯିବ ସେନେଇ ଗୁରତ୍ୱାରୋପ କରାଯିବା ସହ ସାଙ୍ଗ ମାନଙ୍କ ସହଯୋଗ କାମନା କରାଯାଇଥିଲା ।

ବିଦ୍ୟାଳୟ ସଭିଙ୍କ ପାଇଁ ଏକ ସ୍ମତି ।ଏହାକୁ ସତେଜ ରଖିବା,ପରିବାର ଭଳି ଯତ୍ନ ନେବା ଏବଂ ସ୍କୁଲର ଉନ୍ନତି ହେବା ଦରକାର ବୋଲି ଆଲୋଚନା କରିଥିଲେ । ଏହା ଦ୍ୱାରା ସ୍କୁଲ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ଅତୁଟ ରହିବ । ବିଦ୍ୟାଳୟ ଉନ୍ନ୍‌ତି ସାଙ୍ଗକୁ ଶୈକ୍ଷିକ ବାତାବରଣ ବି ସମ୍ଭବ ହେବ ।ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଆମ ଭିତରେ ସାମର୍ଥ୍ୟ ରହିବ । ଏଥିପାଇଁ ଉପଯୁକ୍ତ ସୁଯୋଗ ନେଇ ଉଦାର ହୃଦୟରେ ପ୍ରିୟ ବିଦ୍ୟାଳୟର ରୁପାନ୍ତର ସୃଷ୍ଟିକରି ସମାଜ ପ୍ରତି ଉତର ଦାୟିତ୍ୱ ନିର୍ବାହ ପାଇଁ ଶପଥ ପାଠ କରିଥିଲେ । ଶେଷରେ ଏହି ବିଦ୍ୟାଳୟର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ସମ୍ବନ୍ଧରେ ଅବଗତ ସାଙ୍ଗକୁ ଏକ ଟ୍ରଷ୍ଟ ଗଠନ କରାଯାଇ ବିଦ୍ୟାଳୟ ମେଧାବୀ ଓ ଓ ଶୃଙ୍ଖଳିତ ଛାତ୍ରୀ ମାନଙ୍କୁ ଆଦର୍ଶ ଛାତ୍ରୀ ଭାବେ ପୁରସ୍କୃତ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ ।

ଏହି ଉତ୍ସବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ବାଣିଶ୍ରୀ ପଣ୍ଡା, ରଶ୍ମିତା ପାତ୍ର, ମିତାଞ୍ଜଳୀ ପଣ୍ଡା, ମଞ୍ଜୁଳା ସ୍ୱାଇଁ, ଲକ୍ଷ୍ମୀ ଦାଶ, ଇନ୍ଦିରା ଦାଶ, ଅମ୍ରିତା ପାତ୍ର, ପ୍ରିୟମ୍ବଦା, ପ୍ରଜ୍ଞାପରମିତା ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.