Aska police get big success: 4 quintals of 17 kg ganja seized, one arrestedAska police get big success: 4 quintals of 17 kg ganja seized, one arrested

ଆସିକା,୨୭/୫ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । କନ୍ଧମାଳରୁ ବ୍ରହ୍ମପୁର ଯାଉଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ ସହ ପ୍ରାୟ ୪ କୁଇଣ୍ଟାଲ ୧୭ କେ.ଜି ଗଞ୍ଜେଇ ଜବତ କରାଯାଇଥିବା ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ପ୍ରଦାନ କରିଛନ୍ତି ।

ଆସିକା ଏସ.ଡି.ପି.ଓ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ କୁଳମଣି ସେଠିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ କାଳଷଣ୍ଡପୁର, ପାକଲାପଲ୍ଲୀ, କଇଁଫୁଲିଆ ଛକ ଠାରେ ପେଟ୍ରୋଲିଙ୍ଗ କରିବା ସମୟରେ ବିଶେଷ ସୂଚନା ପାଇଥିଲେ । ଏହାକୁ ଭିତିକରି କଡା ପହରା ଦେଉଥିବା ବେଳେ ଏକ ପିକଅପ ଭ୍ୟାନ ଗାଡି ଦ୍ରୁତ ଗତିରେ ଯାଉଥିବା ଦେଖିଥିଲେ । ସେତେବେଳେ ଆସିକା ପୋଲିସ ସେହି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଯାଞ୍ଚ ବେଳେ ଗାଡି ଭିତରୁ ୪ କୁଇଣ୍ଟାଲ ୧୭ କେ.ଜି ଗଞ୍ଜେଇ ଥିବା ଜାଣିପାରିଥିଲେ । ଏହାପରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଚଢେଇ ମରା ଗ୍ରାମର ପି. ମୋହନ ଆସାମୀକୁ କାବୁ କ଼ରି ଗିରଫ କରିବାରେ ସଫଳ ହୋଇଥିଲେ । ଏନେଇ ଆସିକା ଥାନା କେସ ନମ୍ବର- ୩୪୭/୨୫ ରେ ମାମଲା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।

ମିଳିଥିବା ସୁଚନା ଅନୁଯାୟୀ କନ୍ଧମାଳରୁ ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଆସିକା ପୋଲିସ ଧରିଥିଲେ । ଏହି ଗଞ୍ଜେଇ ବ୍ରହ୍ମପୁରରୁ ମୁମ୍ବାଇ, ଚେନ୍ନାଇ ଏବଂ ସୁରତକୁ ଚାଲାଣ କରାଯାଉଥିବା ଅଭିଯୁକ୍ତ ସୂଚନା ଦେଇଥିବା ଜଣାପଡିଛି । ପ୍ରକାଶ ଥାଉକି ଚଳିତ ମାସରେ ଆସିକା ପୋଲିସକୁ ସଫଳତା ପରେ ସଫଳତା ମିଳିଥିବା ବେଳେ ମେ ମାସ ଆରମ୍ଭରୁ ଆସିକା ପୋଲିସ ହାତରେ ୨୪ ରୁ ଉର୍ଦ୍ଧ ମାଉଜର ଜବତ କରିବା ସହ ୩୦ ରୁ ଉର୍ଦ୍ଧ ଅପରାଧୀଙ୍କୁ ଗିରଫ କରିଥିଲେ । ଏତିକି ବେଳେ ଆସିକା ପୋଲିସ ବର୍ତମାନ ଅବକାରୀ ବିଭାଗର କାର୍ଯ୍ୟ ତୁଲାଉଛି ବୋଲି ସୂଚନା ଦିଆଯାଇଛି ।