Bhim Bhoi Disability Camp Empowerment Camp Campaign in Aska BlockBhim Bhoi Disability Camp Empowerment Camp Campaign in Aska Block

ଆସିିକା,୭/୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବ୍ଲକ ପରିସରରେ ଆଜି ଭୀମଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଛି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଶିବିର ଅନୁଷ୍ଟିତ ଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁବ ବିଜେପି ନେତା ସଙ୍ଗିତ ପାଢୀ, ଆସିକା ବ୍ଲକ ଉପାଧ୍ୟକ୍ଷା ଏସ.ରେଶମା ଦୋରା,ଜିଲ୍ଲା ପରିଷଦ ଅନିମା ପରିଡା, ବ୍ଲକ ସହାୟକ ଯନ୍ତ୍ରୀ ଅଶୋକ ଶତପଥି, ପଚାଂୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ନାୟକ, ବ୍ଲକ ଅର୍ଥ ପରାମର୍ଶ ଅଧିକାରିଣୀ ପ୍ରିୟମ୍ବଦା କହଁର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଆକାଶିନୀ ନାୟକ ଏବଂ ବ୍ଲକର ୨୭ଟି ପଚାଂୟତରୁ ସରପଚଂ, ସମିିତିସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ଆସିକା ବ୍ଲକ ୨୭ଟି ପଚାଂୟତରୁ ଭିନ୍ନକ୍ଷମ ବ୍ୟକ୍ତି ମାନେ ଅସ୍ଥିଶଲ୍ୟ ବିଭାଗ, ଚକ୍ଷୁ ବିଭାଗ, ନାସା କର୍ଣ୍ଣ ଓ ଗଳା ବିଭାଗ, ମାନସିକ ଅନଗ୍ରସର ବିଭାଗରେ ପଞ୍ଜିକରଣ କରି ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ପରିକ୍ଷା କରିଥିଲେ । ଏହି ଶିବିରରେ ଶାରିରୀକ ଚାଳନ ବାଧିତ, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ, ମସ୍ତିଷ୍କ ପକ୍ଷାଘାତ, ବୈାଦ୍ଧିକ ବାଧିକତା, ଅଟିଜିମ୍ , ବହୁବିଧ ବାଧକତା, ସିକିଲ୍ ସେଲ୍‌, ବାକ ଓ ଭାଷା ବାଧକତା, ଥାଲାସେମିଆ ଏବଂ ହେମୋଫିଲିଆ ପ୍ରମୁଖ ସାଙ୍ଗକୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ପରିକ୍ଷା, ଦିବ୍ୟାଙ୍ଗ ନିମନ୍ତେ ସହାୟକ ଉପକରଣ ପାଇଁ ଚିହ୍ନଟ କରାଯାଇଥିଲା ।

ସେହିଭଳି କୃତ୍ରିମ ଅଙ୍ଗ, ତିନି ଚକିଆ ସାଇକେଲ, ବ୍ୟାଟେରି ଚାଳିତ ତିନି ଚକିଆ ସାଇକେଲ, ହୁଇଲ ଚେୟାର, ଆଶାବାଡି, ସି.ପି.ଚେୟାର, ଶ୍ରବଣ ଯନ୍ତ୍ର, ଦୃଷ୍ଟିବାଧିତଙ୍କ ନିମନ୍ତେ ଧଳା ବାଡି, ମାନସିକ ଅନଗ୍ରସର କିଟ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଟଂନ ପ୍ରକ୍ରିୟା କାର୍ଯ୍ୟକ୍ରମ ହୋଇଥିଲା ।