ଆସିକାରେ ବିଜେପି ପକ୍ଷରୁ ସଙ୍କଳ୍ପ ସମାବେଶ ଅନୁଷ୍ଠିତ

0 234

ଆସିକା,୫/୭ (ପ୍ରତିନିଧି : ମନୋଜ ନାୟକ)- ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ଗୁଣ୍ଠପଡା ମଣ୍ଡଳ ଅଧିନ ମଙ୍ଗଳପୁର ଗ୍ରାମରେ ଆଜି ବିଜେପି ପକ୍ଷରୁ ସଙ୍କଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗୁଣ୍ଠପଡା ମଣ୍ଡଳ ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ଆସିକା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅରୁଣ କୁମାର ପଣ୍ଡା, ସ୍ୱଚ୍ଚ ଭାରତ ଅଭିଯାନ ପ୍ରଭାରୀ ମହେଶ କୁମାର ମହାନ୍ତି, ଘୁମୁସର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ନାରାୟଣ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟନାରାୟଣ ଦାଶ, ବରିଷ୍ଠ ବିଜେପି ନେତା ଦୂର୍ଗାଚରଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ନିରଞ୍ଜନ ସାହୁ, ରବିନ୍ଦ୍ର ନାଥ ପୋଲାଇ ସମେତ ବହୁ ନେତା ଓ କର୍ମି ଯୋଗ ଦେଇଥିଲେ ।

ଏହି ସଭାରେ ନାରାୟଣ ବେହେରା କାର୍ଯ୍ୟକ୍ରମ ସମ୍ପର୍କୀତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହାପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ବିଜେପି ପକ୍ଷରୁ ଏହି ଅଭିଯାନ ଦିର୍ଘ ଏକ ମାସ ଧରି ସାରା ରାଜ୍ୟରେ ଚାଲିଥିବା ବେଳେ ୩୬ ହଜାର ବୁଥରେ ପ୍ରାୟ ୨୦ ହଜାର କର୍ମକର୍ତା ଲୋକଙ୍କ ନିକଟକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନାକୁ ପହଁଚାଇବେ ବୋଲି ସଂକଳ୍ପ ବୋଧ ରହିଛନ୍ତି ।

ଏହାଛଡା ଡି.ବି.ଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସିଧା ସଳଖ ଅର୍ଥ ହସ୍ତାନ୍ତର ହେଉ ବା ପାଣି, ବଜୁଳୀ, ଶୈାଚାଳୟ ଭଳି ସୁବିଧାକୁ ଦେଶର ଗରିବ ଲୋକଙ୍କ ପାଖରେ ପହଁଚାଇବା ହେଉ, ଏସବୁ ତୃଣମୂଳ ସ୍ତରରେ ପରିବର୍ତନ ଆଣିଥିବା ଦିଗରେ ଆଲୋଚନା କରାଯାଇଥିଲା । ଏହା ସହିତ ସମସ୍ତ ଯୋଜନା ଗୁଡିକ ଦେଶରେ ଗରିବରୁ ଅତି ଗରିବ ଲୋକଙ୍କ ଭିତରେ ଆତ୍ମସମ୍ମାନ ସୃଷ୍ଟି କରିବା ସହିତ ସାମାଜିକ ନିରାପତା ବୃଦ୍ଧି କରିଥିବା ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ ।

ବିଗତ ୯ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ,କର୍ତବ୍ୟ ପ୍ରତି ନିଷ୍ଠା, ଦେଶର ବିକାଶକୁ ନୂଆ ପରିଭାଷା ଦେଇଥିବା ପୁର୍ବତନ ବିଧାୟକ ଦେବରାଜ ମହାନ୍ତି ନିଜ ଅଭିଭାଷଣରେ କହିଥିଲେ । ଭାରତ ସରକାରଙ୍କ ନୀତି, ବିକାଶ ମୂଳକ ଯୋଜନା, ଭିତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ ଓଡିଆ ଲୋକଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଧାନ୍ୟତା ଦେଉଛନ୍ତି । ତେଣୁ ଗରିବର କଲ୍ୟାଣ ହିଁ ବିଜେପି ସରକାରର ମୂଳମନ୍ତ୍ର ବୋଲି ସମାବେଶରେ ନାରା ଦିଆଯାଇଥିଲା ।

Leave A Reply

Your email address will not be published.