Prajapita Brahma Kumari Ishwariya Vishwa Vidyalaya (2)Prajapita Brahma Kumari Ishwariya Vishwa Vidyalaya (2)

ଆସିକା,୫/୭ (ପ୍ରତିନିଧି : ମନୋଜ ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବାଣୀ ବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ ବିନୋଦନ କେନ୍ଦ୍ର ଠାରେ ଆଜି ମଧୁବନ ନିବାସୀ ରାଜ ଯୋଗୀ ବ୍ରହ୍ମକୁମାର ସୁନ୍ଦର ଲାଲ ଭାଇ ଆସିକାର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ପରମପିତା ପରମାତ୍ମାଙ୍କ ସନ୍ଦେଶ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଆସିକା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱିବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ସଂଚାଳିକା ପ୍ରଭାତୀ ଭଉଣି ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମନୁଷ୍ୟ ଜୀବନରେ ପରମପିତା ପରମାତ୍ମା ଶିବ ବାବାଙ୍କୁ ସ୍ମରଣ କରି ସରଳ ରାଜ ଯୋଗାଭ୍ୟାସ ପାଇଁ ସନ୍ଦେଶ ପ୍ରଦାନ କରାଯାଇଥିଲା । ଏହାଦ୍ୱାରା ଶୃଙ୍ଖଳା ଜୀବନ ଯାପନ ଏବଂ ପରମାତ୍ମାଙ୍କ ଆର୍ଶିବାଦ ପ୍ରାପ୍ତ ମିଳିଥିବା କୁହାଯାଇଥିଲା ।

Prajapita Brahma Kumari Ishwariya Vishwa Vidyalaya

ଏହି ଅବସରରେ ମଧୁବନ ନିବାସୀ ରାଜ ଯୋଗୀ ସୁନ୍ଦରଲାଲ ଭାଇ ବରିଷ୍ଠ ନାଗରିକଙ୍କୁ ସନ୍ଦେଶ ପ୍ରଦାନ ସହିତ ମଧୁବନ ଆସିବା ପାଇଁ ସାଦର ଇଶ୍ୱରୀୟ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନବସେବା ସମିତି ଆବାହକ ତଥା ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ, ବରିଷ୍ଠ ଶିକ୍ଷାବିତ ପୀତବାସ ମହାପାତ୍ର, ନକୁଳ ପଣ୍ଡା, ଦେବରାଜ ମିଶ୍ର, ଗୈାରଚନ୍ଦ୍ର ବେବର୍ତା, ଗୋପିନାଥ ଦାଶ, କାଳିଆ କାହ୍ନୁ ମହାପାତ୍ର, ଭାବାନୀ ଶଙ୍କର ରଥ, ସତ୍ୟନାରାୟଣ ରଥ, ବରିଷ୍ଠ ଆଇନଜୀବୀ ଦେବରାଜ ମିଶ୍ର, ନାରାୟଣ ବେହେରା ସାଙ୍ଗକୁ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ଏହି ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମରେ ସମସ୍ତ ବରିଷ୍ଠ ନାଗରିିକଙ୍କୁ ସୁନ୍ଦରଲାଲ ଭାଇ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ଏହାପରେ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ ସମସ୍ତଙ୍କୁ ସହଜ ରାଜ ଯୋଗ ଅଭ୍ୟାସ କରାଇଥିଲେ । ବରିଷ୍ଠ ଶିକ୍ଷାବିତ ପୀତବାସ ମହାପାତ୍ର ମାଉଟଂ ଆବୁ ଠାରେ ଆୟୋଜିତ ପଚଂ ଦିବସୀୟ ରାଜଯୋଗ ଶିବିରରେ ବିତାଇଥିବା ନିଜର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ଆସିକା ଶାନ୍ତି ଶକ୍ତି ଭବନର ବ୍ରହ୍ମକୁମାର ଭାଇ ମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

You missed