Blood donation and free eye examination camp by Aska Chinmay MissionBlood donation and free eye examination camp by Aska Chinmay Mission

ଆସିକା,୨୧/୭(ଶୁଣାକଥା) ମନୋଜ କୁମାର ନାୟକ : ଗୁରୁ ପୂର୍ଣ୍ଣିମା ଦିବସ ଅବସରରେ ଆସିକା ଶାଖା ଚିନ୍ମୟ ମିଶନ ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର ଓ ମାଗଣା ଚକ୍ଷୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବାରିପଦା ଶାଖା ଗୀତା ଶ୍ରବଣ ସାଧନା ପ୍ରବକ୍ତା ଏବଂ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦଙ୍କ ତତ୍ୱାବାଧାନରେ ଆୟୋଜିତ ହୋଇଥିଲା । ଏହି ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୬୬ ଜଣ ଚକ୍ଷୁ ରୋଗୀଙ୍କୁ ପରିକ୍ଷା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରତିନିଧି ସଙ୍ଗୀତ ପାଢୀ, ଘୁମୁସର ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂଚାଳକ ବିଶ୍ୱନାଥ ସେଠି ଶିବିରରେ ଯୋଗ ଦେଇଥିଲେ । ଆସିକା ଶାଖା ଚିନ୍ମୟ ମିଶନ ସଭାପତି ସୁବାଷ ଚନ୍ଦ୍ର ସେନାପତିଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବା ବେଳେ ଇ.ସତ୍ୟନାରାୟଣ ରଥ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଆସିକା ଉପଖଣ୍ଡ ସରକାରୀ ମେଡିକାଲ ଶିଶୁ ବିଶେଷଜ୍ଞ ଡାକ୍ତର ଦିପକ କୁମାର ସାମନ୍ତରା, ଆଇନଜୀବୀ ନାରାୟଣ ମୁନୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ରାଜେଶ କୁମାର ସାହୁ, ସ୍ୱେଚ୍ଚାସେବୀ ଛାତ୍ରୀ ଶୁଭଶ୍ରୀ ପଟ୍ଟନାୟକ, ଅଙ୍କିତା ପରିଡା, ସନ୍ତୋଷ କୁମାର ଗୈାଡ, ପୂର୍ବତନ ଯୁବ ରେଡକ୍ରସ ଛାତ୍ର କେ.ଶ୍ରୀନିବାସ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବଡ ମେଡିକାଲ ବ୍ଲଡ ବ୍ୟାଙ୍କ ଟିମ, ଡାକ୍ତର ଏଲ.ପି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଆମ୍ବପୁଆ ଏବଂ ବ୍ରହ୍ମପୁର ଟିମର ମିଳିତ ସହଯୋଗରେ ଶିବିର ସୁଚାରୁରୂପେ ପରିଚାଳିତ ହୋଇଥିଲା । ଏହି ଶିବିରରେ ସ୍ୱେଚ୍ଚାସେବୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଚିନ୍ମୟ ମିଶନ ସଦସ୍ୟ ବିମ୍ବାଧର ପାତ୍ର ଉପସ୍ଥିତ ସମସ୍ତ ଅତିଥି, ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଜୀବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।