Blood donation camp at Asika Science CollegeBlood donation camp at Asika Science College

ଆସିକା,୧୪/୧୦ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ମହତ୍ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଚୈାଧୁରୀଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଏହି ରକ୍ତଦାନ ଶିବିର ମହାବିଦ୍ୟାଳୟ ଯୁବ ରେଡକ୍ରସ, ସ୍କାଉଟ ଆଣ୍ଡ ଗାଇଡ୍ସ, ଜାତୀୟ ସେବା ଯୋଜନା ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ।

ଏହି ଶିବିର ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ ଡାକ୍ତର ଚିନ୍ମୟ ରଞ୍ଜନ ସ୍ୱାଇଁ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନଙ୍କ ସହଯୋଗରେ ରକ୍ତ ସଂଗ୍ରହ କରାଯାଇଥିଲା । ମୋଟ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଚୈାଧୁରୀ ସ୍ୱେଚ୍ଚାକୃତ ରକ୍ତଦାନ ଜୀବନକୁ ସତେଜ ଏବଂ ସକ୍ରିୟ ରଖିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ପ୍ରାଧ୍ୟାପିକା ନନ୍ଦିତା ଦାଶ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ କରିବା ନେଇ ଉତ୍ସାହିତ କରିବା ସହିତ ରକ୍ତଦାନର ମହତ୍ୱ ଓ ଅସହାୟ ବ୍ୟକ୍ତିଙ୍କୁ ଜୀବନଦାନ ଦେଇଥାଏ ବୋଲି ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଶାଖା ଉପଦେଷ୍ଟା ତଥା ଅଧ୍ୟାପକ ରାଜେଶ କୁମାର ସାହୁ ଓ ଡଃ.ମାଧ୍‌ୁରୀ ହେମ୍ବ୍ରମ, ସ୍କାଉଟ ଆଣ୍ଡ ଗାଇଡ୍ସ ଅଧିକାରୀ ସରୋଜ କୁମାର ପଣ୍ଡା, ଜାତୀୟ ସେବା ଯୋଜନା ଅଧିକାରୀ ଚିତ୍ରସେନ ବେହେରା, ପବିତ୍ର ଧଙ୍ଗଡା ମାଝୀ, ଯୋଗେଶ୍ୱର ଧାରୁଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଡଃ.ଅଜିତ କୁମାର ମୁନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ପାଠ ମନ୍ତ୍ରଧ୍ୱନୀରେ ଅତିଥିଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତିରେ ପୁଷ୍ପ ଏବଂ ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା ।