ଆସିକା,୧୫/୧୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମଙ୍ଗଳପୁର ପଞ୍ଚାୟତ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶିଶିର କାନ୍ତ ନାହକଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଗାୟତ୍ରୀ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ପରିସର ଠାରେ ଶିଶୁ ଦିବସ ଧୁମଧାମରେ ଶିଶୁ ଦିବସ ପାଳିତ ହୋଇଥିଲା । ବିଦ୍ୟାର୍ଥୀ ମାନେ ନୁଆ ନୁଆ ଚିନ୍ତା କରିବା ସହିତ ବଡ ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି । ଦେଶ ନିର୍ମାଣରେ ବିଦ୍ୟାର୍ଥୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ସାଙ୍ଗକୁ ସେମାନଙ୍କ ଭିତରେ ଅପାର ସମ୍ଭାବନା ଏବଂ ପ୍ରତିଭା ରହଥିବା ଆଲୋଚନା କରାଯାଇଥିଲା । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେମାନେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବେ ବୋଲି ଆୟୋଜିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶିଶିରକାନ୍ତ ନାହକ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟ ଠାରେ ବିଜ୍ଞାନ ପ୍ରଦର୍ଶନୀ ଏବଂ କଣ୍ଡେଇ ପ୍ରଦର୍ଶନୀ ମେଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ଅଧ୍ୟୟନରତ କୁନି କୁନି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ବୈଜ୍ଞାନିକ ପ୍ରତିଭାକୁ ପରିଚିତ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କଣ୍ଡେଇ ମେଳା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି ବିଦ୍ୟାଳୟରେ ପ୍ରାୟ ୭ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶିଶିର କାନ୍ତ ନାହକ, ସହକାରୀ ଶିକ୍ଷୟତ୍ରୀ ଗାୟତ୍ରୀ ମହାନ୍ତି, ବଳରାମ ବେହେରା,ଚିନ୍ମୟ ସାହୁ, ବନିତା ନାୟକ, ଝିଲ୍ଲୀ ପୋଲାଇ, ମମତା ସାସମଲ, ସୁଧାରାଣୀ ସାହୁ, ଶ୍ୱେତାଙ୍ଗିନୀ ପ୍ରଧାନ, ସୁମନ ନାହକ, ପୁଷ୍ପଲତା ତ୍ରିପାଠି, ସୁରଜିତା ବେହେରା ଏବଂ ଶିବ ପ୍ରସାଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରଦର୍ଶନୀ ଓ କଣ୍ଡେଇ ମେଳା ଉତ୍ସବ ଭଳି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ଅଭିଭାବକ , ମାନ୍ୟଗଣ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ମାନେ ଖୁବ ପ୍ରଶଂସା କରିଥିଲେ ।