ଆସିକା ଏନଏସି ପକ୍ଷରୁ ସ୍ୱଚ୍ଚତା ହିଁ ସେବା କାର୍ଯ୍ୟକ୍ରମ

0 49

ଆସିକା,୨୯/୯(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜ଼ିଲ୍ଲା ଆସିକା ଏନଏସି ପକ୍ଷରୁ ସ୍ୱଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶକ୍ରମେ ଗତ ୧୭ ତାରିଖ ଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଏହି ଅବସରରେ ପ୍ରତ୍ୟେକ ଦିନ ଆସିକା ଏନଏସି ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଲୋକନାଥ ବେଜ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବିଡିଓ ଫକୀର ଚରଣ ପରିଡା ଯୋଗ ଦେଇ ସ୍ୱଚ୍ଚତା ହିଁ ସେବା କାର୍ଯ୍ୟକୁ ଖୂବ ପ୍ରଶଂସା କରିଥିଲେ । ପରିବେଶ ପରିଷ୍କାର ପରିଚ୍ଚନ୍ନତା ଓ ଅଚଂଳକୁ ସୈାନ୍ଦର୍ଯ୍ୟ ରଖିବା ଆମର ଦାୟିତ୍ୱ । ତେଣୂ ସମସ୍ତେ ସଚେତନତା ହୋଇ ନିଜ ନିଜ ଚାରିପାଖ ଅଚଂଳକୁ ସଫା ସୁତରା ରଖିଲେ ଆମେ ସୁସ୍ଥବାନ ହୋଇ ରହିବା ନେଇ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଆସିକା ଅଚଂଳର ସମସ୍ତ ଜନସାଧାରଣଙ୍କୁ ସଚେତନତା କରିବା ଉଦ୍ଧେଶ୍ୟରେ ସ୍ୱଚ୍ଚତା ହିଁ ସେବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା “ବାପାଙ୍କୁ ହୋଇଛି ଜ୍ୱର” ଏକ ନାଟକ ପରିବେଷଣ କରାଯାଇଥିଲା । ଏହା ସହିତ ସ୍ୱଚ୍ଚତା ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶେଷକରି ଆସିକା ଏନଏସିର ସମସ୍ତ କର୍ମଚାରୀଙ୍କୁ ସ୍ୱଚ୍ଚତା ନେଇ ପ୍ରଶଂସା କରାଯାଇଥିଲା । ଦିନ ରାତି ଆସିକା ସହରକୁ ପରିଷ୍କାର ପରିଚ୍ଚନ୍ନତା ରଖିବାରେ ସଫେଇ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ବିଭିନ୍ନ ୱାର୍ଡର କାଉନସିଲର ଏବଂ ଜନସାଧାରଣ ଯୋଗ ଦେଇଥିବା ବେଳେ ସହରର ପରିମଳ କାର୍ଯ୍ୟରେ ଯୋଗ ଦେଇଥିବା ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରିକ୍ଷା ସହରାଚଂଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ସଫେଇ କର୍ମଚାରୀଙ୍କ ଉଦ୍ଧେଶ୍ୟରେ ଏକ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.