ଆସିକା,୨/୮ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷାଧୀନ ସରକାରୀ ଚିନିଶିଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପ୍ରଧାନ ଶିକ୍ଷକ ଓ ଏଫ.ଏଲ.ଏନ ଶିକ୍ଷକ ମାନଙ୍କ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ବାବନପୁର କ୍ଲଷ୍ଟର ସି.ଆର.ସି.ସି ରାଧାମୋହନ ଡାକୁଆଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ.ଏଲ.ଏନ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ ।

ଆଲିପୁର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସେଠି ଓ ଶିକ୍ଷକ ଦିନେଶ ଚନ୍ଦ୍ର ପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ମନୋଜ କୁମାର ବେହେରା, ଶିବ ମଲ୍ଲିକ, ପ୍ରମୋଦ କୁମାର ନାହକ, ସଂଘମିତ୍ରା ମିଶ୍ର, ସରିତା କୁମାରୀ ଭଞ୍ଜ, ଅଶ୍ୱିନୀ କୁମାରୀ ନାୟକ, ମମତା ସେଠି, ସୁମିତ୍ରା ବେହେରା, ଉର୍ମିଳା କୁମାରୀ ନାୟକ,ସୁକାନ୍ତି ବିଷୋୟୀ ପ୍ରମୁଖ କ୍ଲଷ୍ଟର ସ୍ତରୀୟ ବୈଠକରେ ଅଂଶଗ୍ରହଣ କରିଥିଲେ ।
ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ନିରନ୍ତର ବୃତିଗତ ବିକାଶ ପାଇଁ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଏକ ଫଳପ୍ରଦ ମାଧ୍ୟମ ବୋଲି କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରାଯାଇଥିଲା । ମୈାଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ସଫଳ ରୂପାୟନ ସାଙ୍ଗକୁ ଶିଶୁ ବାଟିକା, ପ୍ରଥମ ଶ୍ରେଣିରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି, ଶିକ୍ଷଣ ସାମଗ୍ରୀର ଉପଯୁକ୍ତ ବ୍ୟବହାର ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଗୁରୁତ୍ୱାରୋପ ଦିଆଯାଇଥିଲା । ଏହା ସହିତ ଛାତ୍ରଛାତ୍ରୀଙ୍କୁ କିଭଳି ସରଳ ଓ ସହଜ ଉପାୟରେ ଶିକ୍ଷା ପ୍ରଦାନ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।
ବିଶେଷକରି ଅଙ୍ଗଭଙ୍ଗୀ, ଗୀତ ଓ ନାଚ ମାଧ୍ୟମରେ ଛୋଟ ଛୋଟ ପିଲାଙ୍କୁ ସୁହାଇଲା ଭଳି ଶିକ୍ଷା ପ୍ରଦାନ କରାଯିବା ନେଇ ବୈଠକରେ କୁହାଯାଇଥିଲା । ଏହି ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ଗଣିତ, ସାହିତ ଓ ଗଳ୍ପ ବିଷୟ ଉପରେ ଶିକ୍ଷା ପ୍ରଦାନ ନେଇ ଆଲୋଚନା ହୋଇଥିଲା ।