ପଲ୍ଲୀ ବିକାଶ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ

0 101

ଆସିକା,୧୧/୮(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ନିକଟ ପୋଡିଙ୍ଗ ଠାରେ ସ୍ୱଚ୍ଚାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ପଲ୍ଲୀ ଭବନ ପ୍ରାଙ୍ଗଣରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ପୂର୍ବତନ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଧେଶକ ତଥା ଶିଶୁ ଚିକିତ୍ସକ ଡଃ.ଶ୍ୟାମଘନ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓ ପ୍ୟାଥିକ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡଃ.ପ୍ରଶାନ୍ତ ପତି, ସମ୍ମାନୀୟ ଅତିଥି ଭାବେ ଶ୍ରୀ ଗଣେଶ ଭଣ୍ଡାର ଔଷଧ୍ୟାଳୟ ଉପଦେଷ୍ଟା ତଥା ସମାଜସେବୀ ସୀତାକାନ୍ତ ପାତ୍ର ସାଙ୍ଗକୁ ପଲ୍ଲୀ ବିକାଶ ଅନୁଷ୍ଠାନ ଉପଦେଷ୍ଟା କିରଣ କୁମାର ପାଢୀ, ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟର ଯତ୍ନ ସମ୍ଭନ୍ଧୀୟ ବିଷୟ ଉପରେ ଆଲୋଚନା ସାଙ୍ଗକୁ ପରାମର୍ଶ ପ୍ରଦାନ କରାଯାଇଥିଲା ।

ଫାର୍ମାସିଷ୍ଟ ସର୍ବଶ୍ରୀ କୁଶ ମହାରଣା, ଜିତେନ୍ଦ୍ର ଦଳାଇ, ସମ୍ଭିତ କୁମାର ସାବତ, ଶାନ୍ତନୁ କୁମାର ସାବତ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୨ଶହ ରୋଗୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ଏକ ଶହରୁ ଉର୍ଦ୍ଧ ରୋଗୀଙ୍କ ମଧୁମେହ ରୋଗର ପରିକ୍ଷା କରାଯାଇଥିଲା । ଏହି ଶିବିରରେ ପୋଡିଙ୍ଗି ଗ୍ରାମ ସାଙ୍ଗକୁ ବୁୁରୁପଡା,ବି.ନୂଆପଲ୍ଲୀ, ରାମଚନ୍ଦ୍ରପୁର, ଶ୍ୟାମଳାଇ, ନୂଆଁ ବୁରୁପଡା ପ୍ରମୁଖ ଗ୍ରାମର ଲୋକଙ୍କୁ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା ।

ସ୍ୱେଚ୍ଚାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ସଂଯୋଜକ ଚିନ୍ତାମଣୀ ବେହେରା, ସମ୍ପାଦକ ସଞ୍ଜୟ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜନାର୍ଦ୍ଧନ ପାଢୀ, ଚିନ୍ମୟ ଗୈାଡ, କାହ୍ନା ବିଷୋୟୀ, ଦିପକ ବେହେରା, ଚିନ୍ମୟ ବେହେରା, ବିନୋଦ ଗୈାଡ,କିଶୋର ବେହେରା, ବିଚିତ୍ର ପଣ୍ଡା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ସମାଜସେବୀ କେ.ଦିପକ କୁମାର ସେନାପତି, ପ୍ରକାଶ ଚନ୍ଦ୍ର ସାହୁ, ରୁପେଶ ରାଓ ଏବଂ ପ୍ରତିକ ଆଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିବା ବେଳେ ଡଃ.ହରିବନ୍ଧୁ ନାୟକ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.