ଆସିକା,୯/୨ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ମା କରଞ୍ଜେଇ ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ଗଞ୍ଜାମ ଦଲିଲ ଲେଖକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଭାପତି ମନୋରଞ୍ଜନ ପଟ୍ଟନାୟକ, ଉପସଭାପତି ସମ୍ରାଟ କେଶରୀ ମିଶ୍ର, ସମ୍ପାଦକ କୈଳାସ ଚନ୍ଦ୍ର ମାଝି, ସହସମ୍ପାଦକ ବିଭୁଦତ ତ୍ରିପାଠୀ, କୋଷାଧ୍ୟକ୍ଷ ବାଳକୃଷ୍ଣ ପଟ୍ଟାନାୟକ, ସହକୋଷାଧ୍ୟକ୍ଷ ଲୁନା କୁମାର ମହାରଣା, ଉପଦେଷ୍ଟା ରାମକୃଷ୍ଣ ସାହୁ,ଏସ. ଏତରାଜୁଲୁ ସ୍ୱାମୀ, ବିଶ୍ୱନାଥ ପଟ୍ଟନାୟକ, ରଜନୀକାନ୍ତ ଜେନା, ସଂଗଠକ ସମ୍ପାଦକ ଚନ୍ଦ୍ର ଶେଖର ପାଣିଗ୍ରାହୀ, ନିଳାଚଂଳ ତ୍ରିପାଠୀ, ଦିବେନ କୁମାର ପଟ୍ଟନାୟକ, ଆଇନ ପରାମର୍ଶଦାତା ରବିନ୍ଦ୍ର ନାଥ ପଟ୍ଟନାୟକ, ଅମିୟ ଚରଣ ପାଣିଗ୍ରାହୀ, ସନ୍ତୋଷ କୁମାର ପଟ୍ଟନାୟକ, ଉମେଶ କୁମାର ବିଷୋୟୀ, ରବିନ୍ଦ୍ର ନାଥ ପରିଡା ସାଙ୍ଗକୁ ଗଞ୍ଜାମ ଜିଲ୍ଲାର ସମସ୍ତ ଦଲିଲ ଲେଖକ ଯୋଗ ଦେଇଥିଲେ ।

ଏହି ଅବସରରେ ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ଗରିବ ଲୋକ ନିଜ ଜମିକୁ ଖଣ୍ଡ ଖଣ୍ଡ କରି ବିକ୍ରିବଟାରେ ସରକାରୀ ନିୟମ କଟକଣାକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦଲିଲ ଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟରେ ସରକାର ନିୟମ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ କେତେକ ବିଷୟ ବସ୍ତୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ଗୁରୁତ୍ୱାରୋପ ପ୍ରଦାନ କରାଯାଇଥିଲା ।