Hinjilikatu Autonomous College of Zoology Science Department Extension ProgrameHinjilikatu Autonomous College of Zoology Science Department Extension Programe

ହିଞ୍ଜିଳୀକାଟୁ,୭/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଆଜି ପୋଷ୍ୟ ଗ୍ରାମ ସୋମପୁର ଠାରେ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ନାକ ଟିମ ଓ ୟୁ.ଜି.ସି ନିର୍ଦ୍ଧେଶକ୍ରମ ହୋଇଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ହିଞ୍ଜିଳୀ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁପ୍ରିୟା ଗୁପ୍ତାଙ୍କ ତତ୍ୱାବାଧାନରେ ହୋଇଥିବା ବେଳେ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପପୁନ କୁମାର ସ୍ୱାଇଁ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି ଅବସରରେ ପ୍ରାଣୀ ବିଜ୍ଞାନ ବିଭାଗ ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ଏହି ରାଲିରେ ଛାତ୍ରଛାତ୍ରୀ ହାତରେ ପ୍ଲା-କାର୍ଡ ଧରି ସୋମପୁର ଗ୍ରାମ ପରିକ୍ରମା କରି ଲୋକଙ୍କୁ ଅଶୁଂଘାତ ନିରାକରଣ ଓ ସଚେତନତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । ଏହା ସହିତ ଉଚ୍ଚ ରକ୍ତଚାପର କାରଣ, ଲକ୍ଷଣ ଏବଂ ଏହାର ନିରାକରଣ ଉପରେ ପଥ ପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ବୁଝାଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଇଟଂର୍ଣ୍ଣସିଫ ଯୋଜନା କାର୍ଯ୍ୟକ୍ରମ ଅନୁଯାୟୀ ଲୋକ ସମ୍ପର୍କ ରାଲି ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ମଧ୍ୟ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁପ୍ରିୟା ଗୁପ୍ତା, ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ପପୁନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିତୁନ କୁମାର ମହାରଣା, ଡି.ମନୀଷା, ଜି.ଶୈଳଜା, ସାଲବାଣୀ ଦାଶ, କୃପାସିନ୍ଧୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ର ରାଜେଶ କୁମାର ପାତ୍ର, ଜିତୁ, ଲୋକନାଥ ପାଣିଗ୍ରାହୀ, ଅମିଷା ପାଢୀ, ଅମ୍ବିକା ପୋଲାଇ, ସୁହାନୀ ମିଶ୍ର, ସିମାଞ୍ଚଳ ସମେତ ବହୁ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପପୁନ ସ୍ୱାଇଁ ଉପସ୍ଥିତ ଅତିଥି, ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିିଲେ ।

You missed