ବିଶ୍ୱ ବନ୍ଧୁତା ଦିବସରେ ଜେ.ସି.ଆଇ ଆସିକା ସୁଗାର ଟାଉନ ପକ୍ଷରୁ ବିରାଟ ରକ୍ତ ଦାନ ଶିବିରି

0 721

ଆସିକା,୪/୮ (ଶୁଣାକଥା) ମନୋଜ କୁମାର ନାୟକ : ବିଶ୍ୱ ବନ୍ଧୁତା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀବଜାର ସ୍ଥିତ ମା କାନ୍ୟାକା ପରମେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ବିରାଟ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଜେ.ସି.ଆଇ ଆସିକା ସୁଗାର ଟାଉନ ସଭାପତି ଜେ.ସି ଏ.ଶିବ ଶଙ୍କର ପାତ୍ରଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜେ.ସି.ଆଇ ଆସିକା ସୁଗରା ଟାଉନ ପକ୍ଷରୁ ଶିବିର ଆୟୋଜିତ ହୋଇଥିଲା ।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ନିର୍ଦ୍ଧେଶକ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ସମ୍ମାନୀୟ ଅତିଥି ଭାବେ ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ, ଆସିକା ଏସ.ଡି.ପି.ଓ ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ । ଏହି ଶିବିରକୁ ମୁଖ୍ୟ ଅତିଥି ଉଦଘାଟନ କରିଥିବା ବେଳେ ଜେ.ସି.ଆଇ ସମ୍ପାଦକ ଜେ.ସି କେ.ଲିଙ୍ଗରାଜ ପାତ୍ର, ପୂର୍ବତନ ସଭାପତି ଜେ.ସି ପି.ଗୈାରଭ ପାତ୍ର, ପ୍ରକଳ୍ପ ନିର୍ଦ୍ଧେଶକ ଜେ.ସି ବି.ଶିବ ଶଙ୍କର ପାତ୍ର ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ।

ଏହି୍ କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ଜେ.ସି ଜେ.ଏଫ.ଏମ ଏସ.ଅନିଲ କୁମାର ପୃଷ୍ଟି, ଜେ.ସି ସଞ୍ଜୟ କୁମାର ପାତ୍ର, ଜେ.ସି ଜିତେନ୍ଦ୍ର କୁମାର ପାତ୍ର, ଜେ.ସି ବଦ୍ରିନାଥ ପାତ୍ର, ଜେ.ସି କିରଣ କୁମାର ପାଢୀ, ଜେ.ସି ସତ୍ୟନାରାୟଣ ପାତ୍ର, ଜେ.ସି ଆଶିଷ କୁମାର ପାତ୍ର, ଜେ.ସି ସୁରେଶ କୁମାର ପାତ୍ର, ଜେ.ସି ଟି.ସିଦ୍ଧାର୍ଥ ସୁବୁଦ୍ଧି, ଜେ.ସି ସୁବୋଧ ରଞ୍ଜନ ନାୟକ ପ୍ରମୁଖ ଶିବିରକୁ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜେ.ସି ବି.ଶିବ ଶଙ୍କର ପାତ୍ର, ଜେ.ସି ଶୁଭମ ପାତ୍ର, ଜେ.ସି ଜିତେନ୍ଦ୍ର ମହାରଣା, ଜେ.ସି ପ୍ରତୀକ ଆଚାରୀ, ଜେ.ସି ନିଗମାନନ୍ଦ ରାଉତ, ଜେ.ସି ଦେବାଶିଷ ସାହୁ, ଜେ.ସି ଜିତେଶ ପାତ୍ର, ଜେ.ସି ସତ୍ୟ ପାତ୍ର, ଜେ.ସି ବିଶେଷ ପୃଷ୍ଟି, ଜେ.ସି ଦେବାଶିଷ ପଣ୍ଡା, ଜେ.ସି ବସନ୍ତ ଭଞ୍ଜ, ଜେ.ସି ସୋମଦେବ ପାତ୍ର, ଜେ.ସି ସୁନିଲ ମହାନ୍ତି, ଜେ.ସି ଦିୱାନ ପାତ୍ର ପ୍ରମୁଖ ଶିିବିରକୁ ପରିଚାଳନାରେ ଦାୟିତ୍ୱ ତୁଲାଇଥିଲେ ।

ଏହି ରକ୍ତ ଦାନ ଶିିବିର ଡାକ୍ତର ରଶ୍ମି ପାଣିଗ୍ରାହୀଙ୍କ ନେତୃତ୍ୱରେ ଅ୍‌ାରମ୍ଭ ହୋଇଥିବା ବେଳେ ରାମହରି ପଣ୍ଡା, ଡମ୍ବୁରୁ କାରିକି, ଆଲୋକ ମହାନ୍ତି, କାଳୁଚରଣ ସେଠି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ମୋଟ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.