Karanjei Keshav Seva Sanstha's Kanya Pujan CelebrationKaranjei Keshav Seva Sanstha's Kanya Pujan Celebration

ଆସିକା,୧୧/୧୦ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ନିକଟ କରଞ୍ଜେଇ ସ୍ଥିତ କେଶବ ସେବା ସଂସ୍ଥାନ ପକ୍ଷରୁ ଆଜି କନ୍ୟା ପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଅନନ୍ତ ମହାରଣାଙ୍କ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂମ ସେବକ ସଂଘର ସଂଘ ଚାଳକ ପ୍ରଶାନ୍ତି ପତି, ବ୍ରହ୍ମପୁର ହୋମିଓ ପ୍ୟାଥିକ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଭାଗ ପ୍ରଚାରକ ବିଜୟ କୁମାର ସାମଲ, ଜିଲ୍ଲା ପ୍ରଚାରକ ରଶ୍ମି ରଞ୍ଜନ ମହାଙ୍କୁଡ, ଜିଲ୍ଲା ସେବିକା ସମିିତିର କାର୍ଯ୍ୟବାହିକା ସୁନିତା ସାହୁ, ଜିଲ୍ଲା ସେବିକା ସମିତିର ସଦସ୍ୟା ବିଘ୍ନେଶ୍ୱରୀ ସାହୁ, ସୁପ୍ରିତି ମହାରଣା, ସାଗରୀକା ସାମଲ, ହରପ୍ରିୟା ବିଜୁଳି, ରଶ୍ମିତା ଗୈାଡ, ଜିଜାବାଇ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କରଞ୍ଜେଇ ସ୍ଥିତ କେଶବ ସେବା ସଂସ୍ଥାନରେ ନବରାତ୍ରୀରେ କନ୍ୟା ପୂଜାନ କରାଯାଇଥିଲା । ବିଶ୍ୱାସ ରହିଛି ନବମୀ ଦିନରେ କନ୍ୟା ପୂଜନ କରିଲେ ବହୁ ପୂଣ୍ୟ ମିଳିଥାଏ । ପୁରାଣ ଅନୁଯାୟୀ ଏହି କନ୍ୟା ପୂଜାର ଖାସ ବିଶେଷ୍ୱତ ରହିଛି । ନବରାତ୍ରୀର ଶେଷ ଦୁଇ ଦିନରେ କନ୍ୟା ପୂଜନ କରିବାର ବିଧି ରହିଛି । ଅଷ୍ଟମୀ ଓ ନବମୀରେ ଥିବା ଶୁଭ ମୂହୁର୍ତରେ କନ୍ୟା ପୂଜା କରାଯାଇଥାଏ ।ଭଗବତୀ ପୂରାଣ ଅନୁଯାୟୀ ନବରାତ୍ରୀ ବ୍ରତ ସେତେବେଳେ ପୂର୍ଣ୍ଣ ହୋଇଥାଏ, ଯେତେବେଳେ କନ୍ୟା ପୂଜନ ଠିକ ଭାବେ ପାଳନ କରାଯାଇ କୁଆଁରୀ ଝିଅକୁ ଖାଇବାକୁ ଦିଆଯାଇଥାଏ । ଏହି କନ୍ୟା ପୂଜାର ଅନେକ ନିୟମ ରହିଛି । ତେଣୁ ନିୟମ ଅନୁଯାୟୀ କନ୍ୟା ପୂଜନ କରିଲେ ଉଚିତ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଏହି କନ୍ୟା ପୂଜା ପାଇଁ ଦୁଇ ବର୍ଷରୁ ଦଶ ବର୍ଷ ପର୍ଯ୍ୟନ୍ତ କୁନି ଜୁନି ଝିଅଙ୍କୁ ପୂଜା କରି ନୂଆଁ ଶାଢି, ନୂଆ ଚୁଡି, ନୁଆ ଅଲଙ୍କାର ମାନ ପିନ୍ଧାଯାଏ । ତାଙ୍କୁ ଦେବୀ ମାତାଙ୍କ ପରି ସଜାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସବୁ କନ୍ୟା ହେଉଛି ମାଙ୍କ ନୂଆ ନୂଆ ରୁପ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋପାଳ ରାଓ ଗୁରୁଡା ସେବା ବସ୍ତିର କୁନି କୁନି ଝିଅ ମାନଙ୍କୁ ପୂଜା କରାଯାଇଥିଲା ।