Meeting on the issue of Balichhai Sabarna and Asbarna dispute in the presence of the administration at the Aska Block Conference HallMeeting on the issue of Balichhai Sabarna and Asbarna dispute in the presence of the administration at the Aska Block Conference Hall

ଆସିକା,୧୯/୨ (ଶୁଣାକଥା) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସମ୍ମିଳନୀ କକ୍ଷରେ ବାଲିଛାଇ ଗ୍ରାମ ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦକୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ଏହି ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଡେପୁଟି କଲକ୍ଟର ଅମିତ ରଞ୍ଜନ, ଆସିକା ତହସିଲଦାର ସଙ୍ଗୀତା ସେଣ, ଆସିକା ବିଡିଓ ସାଗରିକ ଷଡଙ୍ଗୀ, ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ, ଏ.ଏସ.ଆଇ ଶୁଭାଶିଷ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ବୈଠକରେ ଗତ ୨୦୦୦ ମସିହାରେ ବାଲିଛାଇ ଗ୍ରାମର ପ୍ରାୟ ୫୦ ଟି ହରିଜନ ପରିବାର ଛୁଆଁ ଅଛୁଆଁ ଜାତିଗତ ଭେଦଭାବକୁ ନେଇ ଗ୍ରାମର କିଛି ସବର୍ଣ୍ଣ ବ୍ୟକ୍ତି ସେମାନଙ୍କୁ ସାମାଜିକ ବାସନ୍ଦ କରିଥିଲେ । ଗାଁ ଦାଣ୍ଡରେ ସର୍ବସାଧାରଣ ରାସ୍ତାରେ ସେମାନଙ୍କୁ ଯିବା ଆସିକା ମନା କରାଯାଇଥିଲା । ବାଲିଛାଇ ଗ୍ରାମର ମନ୍ଦିର, ହୋଟେଲକୁ ପ୍ରବେଶ ମନା, ସ୍କୁଲରେ ପିଲା ମାନଙ୍କୁ ପାଠ ପଢିବା ପାଇଁ ମନା, ଗାଁ ପୋଖରୀରେ ଗାଧୋଇବା ମନା, ନଳକୂପରେ ପାଣି ଆଣିବା ମନା, ଦୋକାନରୁ ସଉଦା ଆଣିବା ମନା କରାଯାଇଥିଲା । ସେତେବେଳ ବାଲିଛାଇ ଗ୍ରାମର ଅସାମାଜିକ ସବର୍ଣ୍ଣ ବ୍ୟକ୍ତି ମାନେ ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ଠେଙ୍ଗା, ବାଡି, ଖଣ୍ଡାକାତି,କୁରାଢି ହାତରେ ଧରି ଅଶ୍ଲୀଳ ଭାଷାରେ ସେମାନଙ୍କୁ ଗାଳି ଗୁଳଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ।

ଅସବର୍ଣ୍ଣ ଜାତିର ପରିବାର ବର୍ଗର ଆବାଳବୃଦ୍ଧ ସମସ୍ତଙ୍କୁ ରକ୍ତାକ୍ତ କରି ମାରଣାତ୍ମକ ଆକ୍ରମଣ ସହ ମହିଳା, ଯୁବତୀ ମାନଙ୍କୁ ଟଣାଓଟରା, ବଳତ୍କାର ଉଦ୍ୟମ, ଘରର ସମସ୍ତ ଆସବା ପତ୍ର, ଧାନ, ଚାଉଳ, ମୁଗ, ବିରି, କୋଳଥ, ମାଣ୍ଡିଆ, ବିହନ ସବୁ ଲିଟି ନେଇଥିଲେ । ସେମାନଙ୍କ ପକ୍କାଘର ସହିତ ସମସ୍ତ ବାସଗୃହ ଭାଙ୍ଗି ଦେଇଥିଲେ । ଶେଷରେ ସମସ୍ତ ପରିବାର ସଦସ୍ୟଙ୍କୁ ଗ୍ରାମରୁ ଜୋର ଜବରଦସ୍ତ ବାହାର କରିଦେଇଥିଲେ । ବାଲିଛାଇ ଗ୍ରାମର ବିତାଡିତ ପରେ ଦିର୍ଘ ୨୫ ବର୍ଷ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାଓ ରାଜ୍ୟ ବାହାରେ ଖାଇବାକୁ ନ ପାଇ ଏଣେତେଣେ ଘୁରି ବୁଲିବା ସହ ଯାଯାବର ଜୀବତ ବିତାଉଛନ୍ତି । ଏହି ସମୟ ଭିତରେ ଅଧିକାଶଂ ସଦସ୍ୟ ଖାଇବାକୁ ନ ପାଇ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିସାରିଛନ୍ତି । ଅନେକ ବର୍ଷ ପରେ ନିଜ ଗ୍ରାମ ଭିଟାମାଟିକୁ ଫେରିବା ପାଇଁ ପ୍ରଶାସନ ନିକଟରେ ଦ୍ୱାରସ୍ତା ହେବା ସହ ଯୁଦ୍ଧ କାଳିନ ଭିତିରେ ନିଦ୍ଧିଷ୍ଟ ସମୟ ସୀମା ଭିତରେ ଥଇଥାନ ପାଇଁ ଅନୁରୋଧ କରିଥିଲେ ।

ଏନେଇ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳିଥିଲା । ପୁଣି ବାଲିଛାଇ ଗ୍ରାମର ଅସବର୍ଣ୍ଣ ପରିବାର ବର୍ଗ ସାତ ଦଫା ଦାବୀ ନେଇ ପ୍ରଶାସନକୁ ଜଣାଇ ଥିଲେ । ପ୍ରଶାସନ ପକ୍ଷରୁ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠିକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିବା ସରକାରଙ୍କ ପକ୍ଷରୁ ସେମାନଙ୍କ ଜୀବନଧାରଣ ଓ ବଞ୍ଚିବା ପାଇଁ ବିସ୍ଥାପିତ ମାନଙ୍କୁ ପୁନଃ ଥଇଥାନା କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହିା ଆଲୋଚନାରେ ବାଲିଛାଇ ଗ୍ରାମ୍ୟ କମିଟି ସହ ଅସବର୍ଣ୍ଣ ପରିବାର ବର୍ଗର ଲୋକ ମାନେ ଯୋଗ ଦେଇଥିଲେ ।

ଆସନ୍ତା ଫେବୃୟାରୀ ୨୪ ତାରିଖ ଦିନ ବାଲିଛାଇ ଗ୍ରାମରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ବିସ୍ଥାପିତ ଅସବର୍ଣ୍ଣ ପରିବାର ବର୍ଗ ଲୋକଙ୍କ ଥିବା ଜାଗାର ସୀମା ଚିହ୍ନଟ ପ୍ରକ୍ରିୟା ହେବା ନେଇ ସୂଚନା ପ୍ରଦାନ କରାଯିବା ସହ ପ୍ରତ୍ୟେକ ପରିବାର ଲୋକଙ୍କୁ ସେମାନଙ୍କ ମୈାଳିକ ଅଧିକାର ସ୍ୱରୂପ ବିଜୁଳି, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ସାଙ୍ଗକୁ ଅନ୍ୟାନ୍ୟ ସାମାଜିକ , ଆର୍ଥିକ କ୍ଷେତ୍ରରେ ସୁରକ୍ଷା ସହ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୬.୧୧.୨୦୦୮ ଓ ୨୩.୮.୨୦୧୧ ମସିହାରେ ପ୍ରଶାସନ ପକ୍ଷରୁ ସରକାରଙ୍କ ପକ୍କା ଘର ଯୋଜନାରେ ବାସଗୃହ ନିର୍ମାଣ ଓ ପୁନଃ ଥଇଥାନ ନିଷ୍ପତି , ଗ୍ରାମରେ ଶାନ୍ତି ରକ୍ଷା ନିମନ୍ତେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସ୍ଥାୟୀ ପୋଲିସ ଫାଣ୍ଡି ସ୍ଥାପନ ଏବଂ ଗଞ୍ଜାମ ଏସ.ପି, ଆସିକା ଏସଡିପିଓ ଓ ଥାନା ଅଧିକାରୀଙ୍କ ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଇଥିଲା ।