MLA's organizational meeting in Kandhabharatapalli village, Aska KhandaDeuli PanchayatMLA's organizational meeting in Kandhabharatapalli village, Aska KhandaDeuli Panchayat

ଆସିକା,୨୭/୫(ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତରେ ଆଜି ବିଧାୟକ ସରୋଜ କୁମାର ପାଢୀ ପରିଦର୍ଶନ କରି ଫେରିଛନ୍ତି । ଏହି ଅବସରରେ କନ୍ଧଭରତପଲ୍ଲୀ ଗାଁରେ ବିଧାୟକ ସରୋଜ କୁମାର ପାଢୀ ପହଁଚି ଏକ ସାଂଗଠନିକ ବୈଠକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ବୈଠକରେ ଅତିଥି ଭାବେ ବିଧାୟକ ସରୋଜ କୁମାର ପାଢୀ, ବିଧାୟକ ପ୍ରତିନିଧି ସନ୍ଦିପ ପାଢୀ, ବିଧାୟକ ପ୍ରତିିନିଧି ସଙ୍ଗୀତ ପାଢୀ, ବିଜେପି ନେତା ଭଗବାନ ସାହୁ, ବିଜୟ କୁମାର ସ୍ୱାଇଁ , ଶିବ ନାୟକ, ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ପ୍ରସନ୍ନ ସ୍ୱାଇଁ, ଶିବ ଗୌଡ, ନିଳାମ୍ବର ସ୍ୱାଇଁ , ପ୍ରଫୁଲ ପାଢୀ, ବୃନ୍ଦାବନ ସ୍ୱାଇ,ଁ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଆସିକା ବିଧାୟକ ସରୋଜ କୁମାର ପାଢୀ ଖଣ୍ଡଦେଉଳୀ ପଞ୍ଚାୟତ ସିମାଖାଇ ଗ୍ରାମରେ ଗ୍ରାମଦେବୀ ମନ୍ଦିର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବା ସହ କନ୍ଧଭରତପଲ୍ଲୀ ଗ୍ରାମରେ ମଧ୍ୟ ଗ୍ରାମଦେବୀ ମନ୍ଦିର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କନ୍ଧଭରତପଲ୍ଲୀ ଗାଁରେ ବିଧାୟକ ସରୋଜ କୁମାର ପାଢୀଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜିତ ହୋଇ ଥିଲା । ଏହି ବୈଠକରେ ବିଧାୟକ ତାଙ୍କ ପ୍ରତିକ୍ରିୟାରେ ଏ ସରକାର ମୋହନ ସରକାର । ଲୋକଙ୍କ ସେବା କରିବା ହିଁ ଏହି ସରକାରର ମୁଳ ଲକ୍ଷ୍ୟ ଅଟେ । ତେଣୁ ଏହି ୫ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୁଳ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଦୁଃଖ ଓ ସୁଖରେ ସାମିଲ ହୋଇ ସରକାରଙ୍କ ସମସ୍ତ ଯୋଜନାକୁ ଫଳପ୍ରଦ କରିବା ପାଇଁ ଲୋକଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪ଶହରୁ ଉର୍ଦ୍ଧ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।