NBC College, Kendupadar, awarded at the national level in the National Solidarity Camp of Berhampur UniversityNBC College, Kendupadar, awarded at the national level in the National Solidarity Camp of Berhampur University

ଆସିକା,୧୦/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ଓ ଜାତୀୟ ସେବା ଯୋଜନା ବ୍ୟୁରୋର ମିଳିତ ଆନୁକୂଲ୍ୟରେ ଜାତୀୟ ସଂହତି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଛି । ଏହି କାର୍ଯ୍ୟକ୍ରମ ଗତ ୩ ତାରିଖ ଠାରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ସାତ ଦିନ ଧିର ଅନୁଷ୍ଠିତ ହୋଇଥିଲେ । ଏହି ଶିବିରରେ ୧୫ଟି ରାଜ୍ୟରୁ ୩୬ ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୨୫୦ ଜଣ ସେଚ୍ଚାସେବୀ ଅଂଶ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ସ୍ୱେଚ୍ଚାସେବୀ ଅଙ୍କିତା ବିଷୋୟୀ, ବର୍ଷା ଗୈାଡ ସାଙ୍ଗକୁ ଜାତୀୟ ସେବା ଯୋଜନା ସଂଯୋଜକ ସିଲୁ ସେଠୀ ଯୋଗ ଦେଇ ମହାବିଦ୍ୟାଳୟ ପାଇଁ ଗୈାରବ ଅର୍ଜନ କରିଛନ୍ତି । ଏହି ଶିବିରରେ ଆୟୋଜିତ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଅନୁଷ୍ଠାନ ତଥା ସଂସ୍ଥା ପାଇଁ ଗୈାରବର କାରଣ ସାଜିଛନ୍ତି । ଏହା ସହିତ ଜାତୀୟ ସଂହତି ଶିବିରରେ ଜାତୀୟ ସେବା ଯୋଜନା ସଂଯୋଜକ ସିଲୁ ସେଠୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବଶ୍ରେଷ୍ଠ ସଂଯୋଜକ ଭାବରେ ସମ୍ଭର୍ଦ୍ଧିତ ହୋଇଛନ୍ତି । ଏହି ସଫଳତା ପାଇଁ ଏନ.ବି.ସି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ହରିଶଙ୍କର ପାଣ୍ଡେ ଶୁଭେଚ୍ଚା ଜଣାଇବା ସହ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ସ୍ୱେଚ୍ଚାସେବୀ ଶୁଭେଚ୍ଚା ଓ ଆର୍ଶିବାଦ ଜ୍ଞାପନ କରିଛନ୍ତି ।

You missed