Aska MLA inaugurated newly build building of Womens Govt collegeAska MLA inaugurated newly build building of Womens Govt college

ଆସିକା,୫/୭ (ପ୍ରତିନିଧି : ମନୋଜ ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ଦୁଇଟି ନୂତନ ଶ୍ରେଣୀକୁ ଶୁଭ ଉଦଘାଟନ କରିଛନ୍ତି । ଏହି ଦୁଇଟି ଶ୍ରେଣୀ କକ୍ଷ ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ।

Niranjan Govt. Womens College, ASKA

ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଓ ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ଯୋଜନା ପ୍ରଣୟନ ସାଙ୍ଗକୁ ସୁବିଧାରେ ଅଧ୍ୟୟନ ଓ ଶିକ୍ଷା ଗ୍ରହଣ ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ବିଧାୟିକା ମଞ୍ଜୁଳା ସ୍ୱାଇଁ ତାଙ୍କ ହାତପାଣ୍ଠିରୁ ଅନୁଦାନ ପ୍ରଦାନ କରିଥିବା ବେଳେ ଆଗାମୀ ଦିନରେ ଏଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇବେ ବୋଲି ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ ମତବ୍ୟକ୍ତ କରିଥିଲେ ।

Niranjan Govt. Womens College, ASKA

ଚଳିତ ବର୍ଷ ଠାରୁ ଏହି ମହାବିଦ୍ୟାଳୟରେ ଛାତ୍ରୀ ବିବିଏ, ବିସିଏ ଏବଂ ପିଜିଡିସିଏ ଭଳି ପାଠ୍ୟକ୍ରମ ଅଧ୍ୟୟନ ପାଇଁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ୍ୱର ମାଝୀ ପରିଚାଳନା କରିଥିବା ବେଳେ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହି, ବିଜେଡି ଗଞ୍ଜାମ ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହକ, ଆସିକା ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏମ.ତାରିଣୀ ସେନାପତି ସମେତ ବିଜୁ ଯୁବ ଛାତ୍ର ଜନତା ଦଳ ଓ ବିଜେଡି କର୍ମି ଓ ନେତା ଯୋଗ ଦେଇଥିଲେ ।