ଆସିକା ଶାନ୍ତି ଶକ୍ତି ଭବନ ପକ୍ଷରୁ ଉପ-କାରାଗାର ଠାରେ ରାଜଯୋଗ ଶିବିର

0 741

ଆସିକା,୪/୮(ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ପକ୍ଷରୁ ଆଜି ଆସିକା ସବଜେଲ ଠାରେ ଏକ ରାଜଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସବଜେଲ ଅଧ୍ୟକ୍ଷ ଖଗେଶ୍ୱର ସିଂଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ଶାନ୍ତି ଶକ୍ତି ଭବନ ରାଜଯୋଗିନୀ ବ୍ରହ୍ମକୁମାରୀ ସୁଜ୍ଞାନୀ ଉପ-କାରାଗାର ଅନ୍ତେବାସୀ ତଥା ସମସ୍ତ କର୍ମକର୍ତାଙ୍କୁ ସହଜ ରାଜଯୋଗ ଆଧାରରେ ପରମାତ୍ମା ଶିବିପତାଙ୍କ ସହିତ ଯୋଗ ଯୁକ୍ତ ରହି ଆତ୍ମିକ ଶକ୍ତିକୁ ଜାଗ୍ରତ କରିଲେ ସର୍ବଦା ନକରାତ୍ମକ ପରିସ୍ଥିତିରେ ଆଗକୁ ବଢିବା ପାଇଁ ଉର୍ଜା ମିଳିଥାଏ ବୋଲି ପ୍ରକାଶ କରିଥିଲେ ।

ଏହି ଶିବିରରେ ଆସିକା ସବ-ଆସିଷ୍ଟାଟଂ ଜେଲର ହରେକୃଷ୍ଣ ବେହେରା, ଫାର୍ମାସିଷ୍ଟ ଉମାକାନ୍ତ ସାହୁ, ସବଜେଲ ୱାର୍ଡର ହରିହର ବେହେରା, ରମେଶ ଚନ୍ଦ୍ର ନାୟକ, ବିରଚିଂ ନାରାୟଣ ସାହୁ, ସୁବାଷ ଡାକୁଆ, ସୁକାନ୍ତ ନାୟକ, ତିଳୋତମା କହଁର, ମଞ୍ଜୁବାଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମକୁମାରୀ ସୁବାଷିନୀ, ବ୍ରହ୍ମକୁମାର ସତ୍ୟପ୍ରିୟ, ରାମେଶ୍ୱର, ବୁଲୁ ଓ ସୁନିଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରାଜଯୋଗିନୀ ବ୍ରହ୍ମକୁମାରୀ ସୁଜ୍ଞାନୀ ଉପ-କାରାଗାର ଅନ୍ତେବାସୀଙ୍କୁ ସହଜ ରାଜ ଯୋଗ ଅଭ୍ୟାସ କରାଇବା ସହିତ ଇଶ୍ୱରୀୟ ପତ୍ରିକା ଜ୍ଞାନ ଦର୍ପଣ ବିତରଣ କରିଥିଲେ ।

Leave A Reply

Your email address will not be published.