ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରସାୟନିକ ପ୍ରଫେସରଙ୍କୁ ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା

0 448

ଆସିକା,୩/୮(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ରାସାୟନିକ ବିଭାଗ ପ୍ରଫେସର ଜନାର୍ଦ୍ଧନା ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଷ୍ଟାଫ କ୍ଲବ ସେକ୍ରେଟାରୀ ଡଃ.ସ୍ମିତାରାଣୀ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ଜନାର୍ଦ୍ଧନା ସାହୁଙ୍କୁ ମେଳାପି, ମିଷ୍ଟଭାଷୀ ଏବଂ ସମୟାନୁବର୍ତିତ ଏବଂ ଗୁରୁ ଦାୟିତ୍ୱ ତୁଲାଇଥିବା ନେଇ ପ୍ରଶଂସା କରାଯାଇଥିଲା । ସାତ ବର୍ଷ ମଧ୍ୟରେ ପ୍ରଫେସର ଜନାର୍ଦ୍ଧନା ସାହୁ ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ସାହାଯ୍ୟ, ସହଯୋଗ ଏବଂ ଅନେକ ଥର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ।ସେ ଜଣେ ଅମାୟିକ, ସରଳ, ନିଷ୍କପଟ, ମିଷ୍ଟଭାଷି, ଛାତ୍ରବତ୍ସଳ ଏବଂ ଧୈର୍ଯ୍ୟବାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।

ଏହି କାର୍ଯ୍ୟକ୍ରମରେ ରସାୟନିକ ବିଭାଗରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିଥିବା ଉପସ୍ଥିତ ବିଭାଗୀୟ ଅଧ୍ୟାପିକା, ଅଧ୍ୟାପକ ମତବ୍ୟକ୍ତ କରିଥିଲେ । ଶେଷରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଗଣ ଭାବପ୍ରବଣ ହୋଇ ପ୍ରଫେସରଙ୍କୁ ଅବସରକାଳିନ ବିଦାୟ ସମ୍ଭର୍ଦ୍ଧନା କରିଥିଲେ ।

Leave A Reply

Your email address will not be published.