ଆସିକା କଲେଜ ଛକ ବାଲୁଙ୍କେଶ୍ୱର ବିହାର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 741

ଆସିକା,୩/୮(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ସ୍ଥିତ ବାଲୁଙ୍କେଶ୍ୱର ବିହାର ଠାରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ କଲେଜ ଛକ ସ୍ଥିତ ବିଶିଷ୍ଠ ସମାଜସେବୀ ବଂଶୀଧର ନାହକଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ ଏବଂ ବୁଦ୍ଧିଜୀବୀ ଯୋଗ ଦେଇ ଚାରା ରୋପଣ ସାଙ୍ଗକୁ ଘର ଘର ବୁଲି ଚାରା ବଣ୍ଟନ କରିଥିଲେ ।

“ମଣିଷ ଜୀବନ ତୁଚ୍ଚ, ଯିଏ ଲଗେଇନି ଗଛ” ବୋଲି ସମାଜସେବୀ ବଂଶୀଧର ନାହକ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ । ଏହି ବୃକ୍ଷରୋପଣ ବାଲୁଙ୍କେଶ୍ୱର ବିହାରର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଯୋଗାଉଥିବ ଚାରା ଓ ଔଷଧୀୟ ଗଛ ଲଗାଇଥିଲେ । ଏହି ବୃକ୍ଷରୋପଣ ବେଳେ ଶତାଧିକ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଏବଂ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.