Yoga Day celebrated at Devbhumi Gram Panchayat Nodal High SchoolYoga Day celebrated at Devbhumi Gram Panchayat Nodal High School

ଆସିକା,୨1/୬ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ଦେବଭୂମୀ ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୧ ତମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ବେଳେ ପୂର୍ବତନ ଏନ.ସି.ସି କ୍ୟାଡେଟ ଅମର ପ୍ରସାଦ ମୁନୀ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲବ ସେଠିଙ୍କ ତତ୍ୱାବାଧାନରେ ହୋଥିଲା । ଏଥିରେ ଏନ.ସି.ସି ଅଧିକାରୀ ଅନୁପ କୁମାର ନାୟକ, କ୍ରୀଡା ଶିକ୍ଷକ ଉଦୟ କୁମାର ମାଝୀ, ଶିକ୍ଷକ ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ବିଶ୍ୱ ଯୋଗ ଦିବସରେ ଯୋଗ ଦେଇ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଗୈାରହରି ବେହେରା ଯୋଗ ଦେଇ ଯୋଗ ହେଉଛି ମଣିଷ ଜୀବନର ସତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଦୈନନ୍ଦିନ ଜୀବନରେ ଅଧ ଘଣ୍ଟା ଯୋଗ ଅଭ୍ୟାସ କରିବା ଆବଶ୍ୟକ । ତେବେ ସୁସ୍ଥ, ସୁଖୀ ଏବଂ ଆନନ୍ଦମୟ ଜୀବନ ହେବ ବୋଲି ଉପସ୍ଥିତ ଶିକ୍ଷକ ଓ ବୁଦ୍ଧିଜୀବୀ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବିକି ସାହୁ ସାହୁ ଦାୟିତ୍ୱ ତୁଲାଇଥିବା ବେଳେ ସାଗର ବେହେରା, ବି.ଦେବାଶିଷ ପାତ୍ର ପ୍ରମୁଖ ପରିଚାଳନା କରିବାରେ ସହ ଯୋଗ କରିଥିଲେ ।